କରୋନାକୁ ରୋକିବାକୁ ପ୍ରଶାସନ ତରଫରୁ ନିଆଗଲା ଏପରି କଠୋର ନିଷ୍ପତ୍ତି : ଦେଖିଲା ମାତ୍ରେ ଗୁଳି ମାରି ଦିଅ

କରୋନା ସଂକ୍ରମଣ ରୋକିବାର ଅଭିନବ ତରିକା, ଯେକେହି ଶୁଣିଲେ ଚମକି ପଡ଼ିବ । ଆଜ୍ଞା ହଁ, ଉତ୍ପତ୍ତି ସ୍ଥଳ ଚାଇନାରୁ ଆରମ୍ଭ ହେଇଥିବା କୋରନା ଭାଇରସ ଯେପରି ଦେଶ ଭିତରକୁ ପଶି ନପାରିବ ସେଥିପାଇଁ ଉତ୍ତରକୋରିଆ କର୍ତ୍ତୃପକ୍ଷ ଗୁଳି ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁଯାୟୀ ଦୁର୍ବଳ ସ୍ୱାସ୍ଥ୍ୟ ସେବା ଦେଇ ଗତି କରୁଥିବା ଉତ୍ତରକୋରିଆରେ ଅଦ୍ୟାବିଧି କରୋନା ସଂକ୍ରମଣ ମାମଲା ଦେଖାଯାଇ ନାହିଁ । ଗତ ଜାନୁୟାରୀ ମାସରୁ ପୟଙ୍ଗୟାଙ୍ଗ ଚାଇନା ସୀମାକୁ ବନ୍ଦ କରି ରଖିଛି । ସେବାଠାରୁ ଆରମ୍ଭ କରି ବିଭିନ୍ନ ସ୍ତରରେ ସ୍ୱାସ୍ଥ୍ୟ ଜନିତ ଜରୁରୀ ପରିସ୍ଥିତି ଦେଶରେ ଜାରି କରି ଆସିଛି ।

ତେବେ କୋରିଆରେ ଥିବା ଆମେରିକା ସେନା କମାଣ୍ଡର ରବର୍ଟ ଆବ୍ରାହିମ କହିଛନ୍ତି ଯେ ଚୀନ ସୀମା ବନ୍ଦ ଥିବାରୁ ସାମଗ୍ରୀ ଚୋରା ଚାଲାଣ କରାଯାଉଛି । ତେଣୁ ଉତ୍ତରକୋରିଆ କର୍ତ୍ତୃପକ୍ଷ ଏଥିରେ ହସ୍ତକ୍ଷେପ କରି ଚାଇନା ସୀମାନ୍ତ ଗୋଟେ ଦୁଇ କିଲୋମିଟର ଅଞ୍ଚଳକୁ ବଫର ଜୋନ ରୂପେ ଚିହ୍ନଟ କରିଛି । ଉତ୍ତରକୋରିଆର ସ୍ଵତନ୍ତ୍ର କାର୍ଯ୍ୟାନୁଷ୍ଠାନ ବାହିନୀ (SOS) ମୁତୟନ କରାଯାଇଥିବାବେଳେ ଆବଶ୍ୟକ ସ୍ଥଳେ ଗୁଳି ମାରିବାକୁ ବି ସେମାନଙ୍କୁ କ୍ଷମତା ଦିଆଯାଇଛି ।

ଅନ୍ୟପକ୍ଷରେ ପୟଙ୍ଗୟାଙ୍ଗ ପକ୍ଷରୁ ସେଭଳି କୌଣସି ଆକ୍ରମଣ ହେବା ନେଇ ଆଭାସ ମିଳିନି ବୋଲି ଆବ୍ରାହିମ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆସନ୍ତା ମାସ କିମ୍ ଜଙ୍ଗ୍ ଉନଙ୍କ ପାର୍ଟି ୭୫ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଥିବା ପରିପେକ୍ଷ୍ରୀରେ ଦେଶ ପକ୍ଷରୁ ନୂଆ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ତଥାପି କୋଭିଡ-୧୯ ମୁକାବିଲା ପାଇଁ ଉତ୍ତରକୋରିଆ ତାର ସମସ୍ତ ପ୍ରସ୍ତୁତି ଚଳାଇଛି ।

ପ୍ରସ୍ତୁତି ଭିତରେ କିନ୍ତୁ ଉତ୍ତରକୋରିଆ ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ ଚୀନରୁ ଆସୁଥିବା ଆଗନ୍ତୁକମାନଙ୍କୁ ଦେଖିଲେ ଗୁଳି କରି ମାରି ଦିଆଯାଉ । ଦକ୍ଷିଣକୋରିଆରେ ଥିବା ଜଣେ ଆମେରିକୀୟ ସାମରିକ ଅଧିକାରୀ ରବର୍ଟ ଆବ୍ରାହମ୍‌ଙ୍କଠାରୁ ଏପରି ଏକ ଚଞ୍ଚଲ୍ୟକର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *