କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ଦେଶ ତଥା ରାଜ୍ୟରେ ବଢିବଢି ଚାଲିଛି । ସାଧାରଣ ଜନତାଠାରୁ ଆରମ୍ଭ ମନ୍ତ୍ରୀ ନେତା ଯାଏଁ ସମସ୍ତେ କରୋନାର ଶିକାର ହେବାରେ ଲାଗିଛନ୍ତି । ଏ ଦୌଡ଼ରେ ସାମିଲ ହେଲେ ଏବେ ଓଡ଼ିଶାର ପିପିଲି ବିଧାୟକ ।

ବିଧାୟକ ପ୍ରଦୀପ ମହାରଥୀ କରୋନା ସଂକ୍ରମିତ ଚିହ୍ନଟ ହେଲାପରେ ନିଜେ ସୋସିଆଲ ମିଡ଼ିଆରେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ ମୁଁ କରୋନା ଟେଷ୍ଟ କରାଇଥିଲି ଯେଉଁଥିରେ କୋଭିଡ଼ ପଜିଟିଭ୍ ବୋଲି ଚିହ୍ନଟ ହୋଇଛି । ଏହାସହିତ ସେ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି, ନିଜକୁ ସେମାନେ କୋଭିଡ଼ ପରୀକ୍ଷା କରାଇନିଅନ୍ତୁ ।
ସୂଚନାଥାଉ ଯେ ଏହାପୂର୍ବରୁ ମଧ୍ୟ ଅନେକ ମନ୍ତ୍ରୀ ଏବଂ ବିଧାୟକ କରୋନା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ତାଲିକାରେ ସୁଶାନ୍ତ ସିଂହ, ପଦ୍ମୀନି ଦିଆନ, ଟୁକୁନି ସାହୁ, ସମୀର ରଞ୍ଜନ ଦାସ ଇତ୍ୟାଦି ଅଛନ୍ତି । ଏବେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ମଧ୍ୟ ସାମିଲ ହେଲେ ।