କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ବିଲ ଅନୁଯାଇ ଚାକିରିଆଙ୍କ ପାଇଁ ବଡ଼ ଉପହାର, ଗ୍ରାଚୁଇଟି ପାଇଁ ୫ ବର୍ଷର ଅପେକ୍ଷା…

Rajya Sabha Passes bills labour Codes Social security gratuity 5 years limit PM narendra modi.

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ବିଲକୁ ଏବେ ସଂସଦରେ ମଞ୍ଜୁରୀ ମିଳିଯାଇଛି, ଏହା ଦ୍ୱାରା ଗ୍ରାଚୁଇଟି ନେବା ପାଇଁ ୫ ବର୍ଷର ଲିମିଟ୍ ଶେଷ ହୋଇଯାଇଛି, ଯାହା ଫଳରେ ପ୍ରାଇଭେଟ୍ ସେକ୍ଟରରେ କାମ କରୁଥିବା ଲୋକ ଙ୍କ ଏହାବଳି କିଛି ସମସ୍ୟା ଯାହା ସମାଧାନ ହୋଇଯାଇଛି, ଯେମିତିକି ପ୍ରାଇଭେଟ୍ ସେକ୍ଟରରେ ଗ୍ରାଚୁଇଟିର ଅପେକ୍ଷାରେ ଲଗାତାର ୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ କମ୍ପାନୀରେ କାମ କରିବା ଆଉ ଆବଶ୍ୟକ ପଡିବ ନାହିଁ। କମ୍ପାନୀ ଆପଣଙ୍କୁ ପ୍ରତି ବର୍ଷ ଗ୍ରାଚୁଇଟି ଦେବ।

ଯେମିତିକି ଆପଣ ଜାଣିଥିବେ ଯେ ଏପର୍ଯ୍ୟନ୍ତ ଯେଉଁ ନିୟମ ଥିଲା ଯେ ଯଦି କୌଣସି କାରଣରୁ ପ୍ରାଇଭେଟ୍ ସେକ୍ଟରରେ ଚାକିରି ଛାଡିବାକୁ ପଡେ କିମ୍ବା ଚାକିରୀ ଚାଲିଯାଏ ତେବେ ତାଙ୍କୁ ଗ୍ରାଚୁଇଟିର ଲାଭ ମିଳିନଥାଏ। ଫଳରେ ଗ୍ରାଚୁଇଟିର ଅପେକ୍ଷାରେ ଲଗାତାର ୫ ବର୍ଷ ପର୍ଯ୍ୟନ୍ତ ଗୋଟିଏ କମ୍ପାନୀରେ କାମ କରିବାକୁ ପଡିଥାଏ,କିନ୍ତୁ ବର୍ତମାନ ଏଭଳି କରିବା ଆଉ ଦରକାର ପାଡିବ ନାହିଁ ।

କେନ୍ଦ୍ର ସରକାରଙ୍କ ନୂଆ ଶ୍ରମ ବିଲ ବା ନୂଆ ନିୟମ ଅନୁସାରେ, ଯେଉଁ ଲୋକଙ୍କୁ ଫିକ୍ସ ଟର୍ମ ବେସିସରେ ଚାକିରୀ ମିଳିବ, ତାଙ୍କୁ ସେତିକି ଦିନ ଆଧାରରେ ଗ୍ରାଚୁଇଟି ପାଇବାର ଅଧିକାର ରହିବ। ଏହାର ଅର୍ଥ କନଟ୍ରାକ୍ଟରେ ଚାକିରୀ କରୁଥିବା କର୍ମଚାରୀଙ୍କୁ ମଧ୍ୟ ଗ୍ରାଚୁଇଟିର ଲାଭ ମିଳିପାରିବ, ସେମାନେ ଯେତେ ଦିନ ପାଇଁ ବି ଚାକିରି କରିଥାଆନ୍ତୁ ନା କାହିଁକି ।

Leave a Reply

Your email address will not be published. Required fields are marked *