ନୂଆଦିଲ୍ଲୀ: ପୱନ ଜଲ୍ଲାଦ ଯେ କୌଣସି ସମୟରେ ହାଥରସ ଯାଇପାରନ୍ତି । ସେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଚାହୁଁଛନ୍ତି। ପୱନଙ୍କ ଅନୁଯାୟୀ ପୀଡିତାଙ୍କ ମୃତ୍ୟୁ ଖବର ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୱନ କହିବା ଅନୁଯାୟୀ ପୁଣି ଏଭଳି ମୃତ୍ୟୁ ଖବର ଶୁଣିବା ପରେ ସେ ଅଶାନ୍ତ ହୋଇଯାଇଛନ୍ତି।
ସେ ଫାଶୀ ନହେବା ପର୍ଯ୍ୟନ୍ତ ନିର୍ଭୟଙ୍କ ମା’ଙ୍କ ମୁହଁରେ ଥିବା ଯନ୍ତ୍ରଣା ଦେଖିଛନ୍ତି। ସେ କହିଛନ୍ତି ଯେ ମୁଁ ବୁିପାରୁଛି ପୀଡିତା ଙ୍କ ମା’ର ଯନ୍ତ୍ରଣା ବିଷୟରେ ଯାହା ଙ୍କ ଝିଅ ସହ ଏହି ଅମାନବୀୟ ଘଟଣା ଘଟିଛି, ମୁଁ ପୀଡ଼ିତାଙ୍କ ସହିତ ମୋର ଦୁଃଖ ବାଣ୍ଟିବାକୁ ଚାହୁଁଚି ବୋଲି ସେ କହିଛନ୍ତି ।
ନିର୍ଭୟା ର ଦୋଷୀଙ୍କୁ ଫାଶୀ ଦେଇଥିବା ପୱନ ଜାଲାଦ୍ କହିଛନ୍ତି ଯେ ପୀଡିତାଙ୍କ ମୃତ୍ୟୁରେ ମୁଁ ଅତ୍ୟନ୍ତ ମର୍ମାହତ । ସତ କହିବାକୁ ଗଲେ, ମୁଁ ପୀଡିତାଙ୍କ ମା ଏବଂ ତାଙ୍କ ପରିବାର ପରି ଅସହାୟ ଏବଂ ମୁଁ ମଧ୍ୟ ବହୁତ ବେବସ ।
ସବୁଠାରୁ ଖରାପ ଘଟଣା ହେଉଛି ଏହା ଯେ ଯେତେବେଳେ ଗୋଟିଏ ପରିବାର ନିଜ ଝିଅର ସବା କୁ ଅନ୍ତିମ ସଂସ୍କାର ବା ଚିତାକୁ ସଜାଇ ପାରିବେ ନାହିଁ, ଅର୍ଥାତ୍ ସେମାନେ ଶେଷକୃତ୍ୟ କରିପାରିଲେ ନାହିଁ । କେବଳ ଭଗବାନ ଙ୍କ ଉପରେ ବିଶ୍ୱାସ ଓ ଭରସା ରଖନ୍ତୁ ଯେ ଅପରାଧୀମାନଙ୍କୁ ଅତି ଶୀଘ୍ର ଫାଶୀ ଫନ୍ଦା ପାଖକୁ ନେଇଯାଆନ୍ତୁ ଯେପରି ମୁ ମୋ ହାତରେ ଫାଶୀ ଦେଇପାରିବି ।