ସକାଳୁ ସକାଳୁ ତେଜରାତି ଦୋକାନରେ ଭିଡ଼, ଜାଣନ୍ତୁ କାହିଁକି

ଡେରାଡୁନ : ଉତ୍ତରାଖଣ୍ଡରେ ଅତ୍ୟାବଶ୍ୟକ ସାମଗ୍ରୀ ସହ ଜଡ଼ିତ ସମସ୍ତ ଦୋକାନ ରାଜ୍ୟରେ ସକାଳ ୭ ଟାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଖୋଲିବ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଛି । ସକାଳ ୧୦ଟା ପରେ ରାସ୍ତାରେ କୌଣସି ଭିଡ଼ ଜମିବ ନାହିଁ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅନୁଯାୟୀ ପ୍ରାୟ ୫୩୬ଟା ପଜିଟିଭ COVID-୧୯ ମାମଲା ରିପୋର୍ଟ କରିଛି ଭାରତ ଏବଂ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ଘଟିଛି । COVID-୧୯ର ଭୟାବହତାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା କରିଥିବା ୨୧ ଦିନିଆ ତାଲାବନ୍ଦ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ, ବରିଷ୍ଠ ପୋଲିସ ତଥା ପୋଲିସ ଅଧୀକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *