ଆମେରିକାର ଓକାଲୋହୋମାରେ ଜଣେ ୨୩ ବର୍ଷର ଝିଅ ଭିଆଇଛି ଏମିତି କାଣ୍ଡ ଯାହା ଶୁଣିଲେ ଆପଣଙ୍କ କାନ ତାବ୍ଦା ହେଇଯିବ । ପ୍ରଥମେ ନିଜ ବିଲେଇ ସହିତ ଶାରୀରିକ ସମ୍ପର୍କ ରଖିଲା ସେ ଝିଅ । ଯେତେବେଳେ ତାକୁ ଲାଗିଲା ଯେ ତା ପଡ଼ୋଶୀ ତାକୁ ଏଭଳି ଘୃଣ୍ୟ କାମ କରିଥିବା ଦେଖିଛନ୍ତି ବୋଲି ଧମକ ଦେବା ପାଇଁ ଛୁରୀ ନେଇ ପଡ଼ୋଶୀଙ୍କ ଘରେ ପହଞ୍ଚିଲା ।
ଖବର ଅନୁଯାୟୀ କ୍ରିଷ୍ଟିନା ମିସେଲ ବ୍ରାଉନ କହିଛନ୍ତି ଯେ ସେ ବିଲେଇ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ତାଙ୍କ ପଡ଼ୋଶୀ ୭୨ ବର୍ଷିୟ ଏଲମର ମୋରିସନ ଏକଥା ସମସ୍ତଙ୍କୁ କହିଦେଇଥିଲେ । ମିସେଲ ମୋରିସନଙ୍କୁ ତେଣୁ ଜୀବନରୁ ମାରିଦେବା ପାଇଁ ଧମକ ବି ଦେଇଥିଲେ ।

ନ୍ୟୁୟର୍କ ଡେଲି ନ୍ୟୁଜ୍ ଅନୁଯାୟୀ ଝିଅଟି ଏବଂ ତାଙ୍କ ପଡ଼ୋଶୀ ମଧ୍ୟରେ କାନ୍ଥ ଥିଲା । ଏହି କାରଣରୁ ଝିଅଟି ସନ୍ଦେହ କରିଥିଲା ଯେ ତାଙ୍କ ପଡ଼ୋଶୀ ତାକୁ ବିଲେଇଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବାର ଦେଖିଛନ୍ତି ଏବଂ ସେ ସମସ୍ତଙ୍କୁ ଏନେଇ କହୁଛନ୍ତି । ପୋଲିସ ଦେଇଥିବା ସୂଚନା ମୁତାବକ ଝିଅଟି ତେଣୁ ଛୁରୀ ନେଇ ତାଙ୍କୁ ମାରିଦେବାକୁ ଧମକ ଦେଇଥିଲା ।
ବଡ଼ ପାଟି କରି ଝିଅଟି କହିଥିଲା, “ବାହାରକୁ ଆସ, ମୁଁ ଜାଣେ ତୁମେ ଭିତରେ ହିଁ ଅଛ ।” ତାପରେ ସେ ଛୁରୀ ବାହାର କରି କହିଥିଲା, “ତୁମେ ମରିବାକୁ ଚାହୁଁଛ କି ?” ପୋଲିସ ସେଠାରେ ପହଞ୍ଚିବା ପରେ ମିସେଲ ବ୍ରାଉନଙ୍କୁ ପଚରାଯାଇଥିଲା ଯେ ତାଙ୍କ ପଡ଼ୋଶୀ ସହିତ ତାଙ୍କର କେଉଁ ସମସ୍ୟା ଅଛି ? ଏ ପ୍ରଶ୍ନର ଉତ୍ତରରେ ମିସେଲ କହିଥିଲା ଯେ ମୁଁ ମୋର ବିଲେଇ ସହିତ ଶାରୀରିକ ସମ୍ପର୍କ ରଖିଲି ଯାହା ଏଲମର ମୋରିସନ ସମସ୍ତଙ୍କୁ ଏ ବିଷୟରେ କହିଛନ୍ତି ।
ଅନ୍ୟପକ୍ଷରେ ପଡ଼ୋଶୀ ମୋରିସନ କହିଛନ୍ତି ଯେ ବିଲେଇ ସହିତ ମିସେଲ ବ୍ରାଉନଙ୍କ ସମ୍ପର୍କ ବିଷୟରେ ସେ ଜାଣି ନାହାନ୍ତି । ଏହା ତାଙ୍କ ପାଇଁ ମଧ୍ୟ ଏକ ଖବର ।