ଲଦାଖ: କାର୍ଗିଲ ଜିଲ୍ଲା ଡାକ୍ତରଖାନାରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଏକାନ୍ତବାସରେ ଥିବା ଜଣେ ମହିଳା । ତାଙ୍କ ସମେତ ତାଙ୍କ ପରିବାର ମଧ୍ୟ ଏକାନ୍ତବାସରେ ଅଛନ୍ତି ।
ଲକଡାଉନ ଥିବା ସମୟରେ ଏକାନ୍ତବାସରେ ଥାଇ ବି ଜଣେ ମହିଳାଙ୍କ ସୁସ୍ଥ ଶିଶୁପୁତ୍ରର ଜନ୍ମକୁ ଲଦାଖର ରାଜ୍ୟପାଳ ଆର.କେ ମାଥୁର ହୃଦୟସ୍ପର୍ଶୀ ବୋଲି କହିଛନ୍ତି । ଏକ ଟ୍ଵିଟ୍ରେ ଶ୍ରୀ ଆର.କେ ମାଥୁର ମା ଓ ଶିଶୁଙ୍କ ସୁସ୍ଥ କାମନା କରିବା ସହ ସ୍ୱାସ୍ଥ୍ୟକର୍ମୀ ତଥା ସେମାନଙ୍କ ଯତ୍ନ ନେଉଥିବା ସ୍ଵେଚ୍ଛାସେବୀମାନଙ୍କୁ ପ୍ରଶଂସା କରିଛନ୍ତି ।

ସଙ୍କୂରୁ ଜାହ୍ରା ବାନୁ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେବା ଓ ୧୪ ଦିନର ଏକାନ୍ତବାସର ଅବଧି ଶେଷ କରି ଡିସଚାର୍ଜ ହେବା ପରେ କାର୍ଗିଲରେ ଏହି ଘଟଣା ପ୍ରଥମ । କାର୍ଗିଲ ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଜୋହ୍ରା ବାନୁ ଡାକ୍ତରଖାନାରେ କଡ଼ା ଏକାନ୍ତବାସ ପ୍ରୋଟୋକଲ ଅଧୀନରେ ସମଗ୍ର ପ୍ରସବ ପ୍ରକ୍ରିୟାକୁ ତଦାରଖ କରିଥିଲେ । ମହିଳା ଜଣକର ଭାଉଜ କରୋନାଭାଇରସ ପଜିଟିଭ୍ ଚିହ୍ନଟ ହେଲାପରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଏକାନ୍ତବାସରେ ଥିଲେ । ଯେହେତୁ ଏକାନ୍ତବାସ କେନ୍ଦ୍ରରୁ ତାଙ୍କୁ ଏକୁଟିଆ ପଠାଯାଇଥିଲା ତେଣୁ ଡାକ୍ତର ଓ ଡାକ୍ତରୀ ଟିମ୍ ଉକ୍ତ ପ୍ରସବ ମହିଳାଙ୍କୁ ସମସ୍ତ ପ୍ରକାର ମନୋବଳ ଦେଇଥିଲେ ବୋଲି ରେଡ଼ିଓକୁ ଡାକ୍ତର ଜୋହ୍ରା ବାନୁ କହିଛନ୍ତି ।
ଡାକ୍ତର ଜୋହ୍ରା କହିଛନ୍ତି ଯେ ଯଦିଓ ମହିଳା ଜଣକ କରୋନାଭାଇରସ ପରୀକ୍ଷଣରେ ନେଗେଟିଭ ଚିହ୍ନଟ ହୋଇଥିଲେ ତଥାପି ପ୍ରସବ ସମୟରେ ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଥିଲା । ବିଭିନ୍ନ ବର୍ଗର ଲୋକମାନେ ଏହି କଠିନ ସମୟରେ ସେମାନଙ୍କର ଚମତ୍କାର ଅବଦାନ ପାଇଁ ସ୍ୱାସ୍ଥ୍ୟ କର୍ମୀ ବିଶେଷ ଭାବରେ ଡାକ୍ତର ଜୋହ୍ରା ଏବଂ ତାଙ୍କ ଟିମକୁ ପ୍ରଶଂସା କରୁଛନ୍ତି ।