ଭାରତ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଲଦାଖରେ ବାରମ୍ବାର ତାର ପ୍ରମାଣ ଦେଖିବାକୁ ମିଳୁଛି । ଏମିତି ସ୍ଥିତିରେ ଚୀନ ଅରୁଣାଚଳ ପ୍ରଦେଶ ନିକଟରେ ବ୍ରହ୍ମପୁତ୍ର ନଦୀର ନିମ୍ନ ଅବବାହିକାରେ ନଦୀ ବନ୍ଧ କରିବାକୁ କରୁଛି ଯୋଜନା ।
![](https://sanskarnetwork.in/odia/wp-content/uploads/2020/11/bridge-river.jpg)
ସୂଚନା ମୁତାବକ ବ୍ରହ୍ମପୁତ୍ର ନଦୀ ତିବ୍ବତରୁ ଚାଇନା ଅଧିକୃତ ଅଞ୍ଚଳରୁ ବାହାରି ଅରୁଣାଚଳ ପ୍ରଦେଶ ଦେଇ ଭାରତରେ ପ୍ରବେଶ କରୁଛି । ପରେ ଏହା ଆସାମ ଦେଇ ବାଲାଂଦେଶରେ ପ୍ରବେଶ କରିଛି । ବର୍ଷର ଅନ୍ୟ ସମୟରେ ନଦୀର ଜଳସ୍ତର ସାମାନ୍ୟ ରହୁଛି । ମାତ୍ର ବର୍ଷା ଦିନେ ଚାଇନାର ନଦୀବନ୍ଧ ପରିଯୋଜନା ଯୋଗୁ ଅଧିକ ବର୍ଷା ଜଳ ନିଷ୍କାସନ ହେଉଥିବାରୁ ଆସାମ ଏବଂ ବାଲାଂଦେଶରେ ପ୍ରତି ବର୍ଷ ବନ୍ୟା ସ୍ଥିତି ସୃଷ୍ଟି ହେବାରେ ଲାଗିଛି ।
ତେବେ ଚାଇନା କମ୍ୟୁନିଷ୍ଟ ସରକାର ଘୋଷଣା କରିଛନ୍ତି ଯେ ନଦୀ ବନ୍ଧ ନିର୍ମାଣ କରିବା ପାଇଁ ଏଯାବତ କୌଣସି ବଜେଟ ଜାରି କରାଯାଇ ନାହିଁ । ତଥାପି ଏଇ ନଦୀ ବନ୍ଧକୁ ନେଇ ଭାରତ ସହିତ ଚାଇନାର ବିବାଦ ଅଧିକ ବଢ଼ିପାରେ । ବ୍ରହ୍ମପୁତ୍ର ନଦୀ ଉପରେ ପୂୂର୍ବରୁ ୧୧ଟି ବନ୍ଧ ନିର୍ମାଣ କରିସାରିଛି ଚୀନ । ଜଙ୍ଗ୍ମୁ ଜଳବିଦ୍ୟୁତ୍ ପରିଯୋଜନା ସର୍ବବୃହତ୍ ଯାହାର କାମ ଆରମ୍ଭ ହୋଇଥିଲା ୨୦୧୫ ମସିହାଠାରୁ ।
ସୂଚନାଯୋଗ୍ୟ ଯେ ତିବ୍ବତର ବାପୁ, ଜିଇଶି, ଲଙ୍ଗ୍ଟା, ଡାକପା, ନାଙ୍ଗ୍, ଡେମୋ, ନାମ୍ଚା, ମେଟୋକଠାରେ ମଧ୍ୟ ଚାଇନାର ଜଳବିଦ୍ୟୁତ୍ ଯୋଜନା ରହିଛି । ତେବେ ଚାଇନା ଜାଣିଶୁଣି ଏଭଳି କରୁଛି ବୋଲି ଅଭିଯୋଗ ହେଉଛି । ଯଦି ପୁଣି ନୂଆ ନଦୀ ବନ୍ଧ ନିର୍ମାଣ କରେ ତେବେ ପରିସ୍ଥିତି ଖରାପ ହେଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି ।