ପଶ୍ଚିମ ଆଫ୍ରିକୀୟ ଦେଶ ମୋରୋକୋ (Morocco) ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ, ଏଠାରେ ରହୁଥିବା 25 ବର୍ଷୀୟ ହଲିମା ସୀସେ ମୋରୋକୋରେ 9 ପିଲା ଜନ୍ମ କରି ଡାକ୍ତରମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଯେତେବେଳେ ହଲିମା ମାଲିରେ ଅଲଟ୍ରାସାଉଣ୍ଡ କରିଥିଲେ ଏଥିରେ କେବଳ 7 ପିଲା ଥିବା ଜଣ ପଡିଥିଲା କିନ୍ତୁ ତା’ପରେ ଯେବେ ପ୍ରସବ ହୋଇଟଥିଲା ସେ ସମୟରେ 9 ପିଲା ଜନ୍ମ ହୋଇଥିଲେ, ଏହି ଖବର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏଥି ସହିତ, ମାର୍ଚ୍ଚରେ ଡାକ୍ତରମାନଙ୍କୁ ହଲିମାଙ୍କ ବିଶେଷଜ୍ଞ ଚିକିତ୍ସା ବିଷୟରେ କୁହାଯାଇଥିଲା, ଯେଉଁ କାରଣରୁ ସେ ମୋରୋକୋକୁ ଆସିଥିଲେ ଏବଂ ସେଠାରେ ତାଙ୍କର ପ୍ରସବ କାର୍ଯ୍ୟ କରାଯାଇଥିଲା।
ପେଟରେ ଥିଲା 7 ଟି ସନ୍ତାନ

ପ୍ରାରମ୍ଭରେ ବିଶ୍ୱାସ କରାଯାଉଥିଲା ଯେ ମହିଳାଙ୍କ ପେଟରେ 7 ଟି ସନ୍ତାନ ଅଛନ୍ତି। କିନ୍ତୁ ସେ 9 ସନ୍ତାନ ଜନ୍ମ ଦେଇଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ 6 ଟି ସନ୍ତାନକୁ ସଫଳତାର ସହିତ ପ୍ରସବ କରିବାର ଘଟଣା ବିରଳ ବୋଲି ବିବେଚନା କରାଯାଉଥିଲା କିନ୍ତୁ ବର୍ତ୍ତମାନ ମହିଳା 9 ଟି ସନ୍ତାନ ଜନ୍ମ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି । ଏହି ସମୟରେ, ମୋରୋକୋ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ରାଚିଦ୍ କାୖଧାରୀ କହିଛନ୍ତି ଯେ ଦେଶର କୌଣସି ଡାକ୍ତରଖାନାରେ ଏତେ ସଂଖ୍ୟକ ଶିଶୁ ଜନ୍ମ ହେବାର ଘଟଣା ସମ୍ପର୍କରେ ତାଙ୍କ ପାଖରେ କୌଣସି ସୂଚନା ନାହିଁ। କିନ୍ତୁ ମାଲିର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ହଲିମା ସିଜେ ପାଞ୍ଚ କନ୍ୟା ଏବଂ ଚାରି ପୁତ୍ରଙ୍କୁ ଜନ୍ମ ଦେଇଛନ୍ତି । 9 ଟି ପିଲା ଏକ ସମୟରେ ଜନ୍ମ ହେବା ଏକ ବିରଳ ବୋଲି ବିବେଚନା କରାଯାଏ, କୁହାଯାଉଛି ଯେ ମହିଳାଙ୍କ ଅବସ୍ଥା ଭଲ ଅଛି।
7 ଟି ପରିବର୍ତ୍ତେ ଜନ୍ମ ହେଲେ 9 ଟି ପିଲା

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ହଲିମାଙ୍କ ସ୍ୱାସ୍ଥ୍ୟ ଏବଂ ପିଲାମାନଙ୍କ ଜୀବନ ବିଷୟରେ ଡାକ୍ତରମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ମାଲିର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଉଭୟ ଦେଶରେ ପ୍ରାରମ୍ଭିକ ଅଲଟ୍ରାସାଉଣ୍ଡରେ ହାଲିମାଙ୍କ ପେଟରେ 7 ଟି ସନ୍ତାନ ଥିବା ଜଣାପଡିଥିଲା। କିନ୍ତୁ ସେ ମୋଟ 9 ସନ୍ତାନ ଜନ୍ମ ଦେଇଛନ୍ତି। ଏହି ସଫଳ ଅଭିଯାନ ପାଇଁ ସିବି (Dr Siby) ମାଲି ଏବଂ ମୋରୋକୋ ସ୍ୱାସ୍ଥ୍ୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।