ଚାଲିଥିଲା କ୍ଲାସ, ପଶିଗଲା ବାଘ , ଛାତ୍ରଛାତ୍ରୀ ହନ୍ତସନ୍ତ, କେମିତି କାବୁ କରାଗଲା ଦେଖନ୍ତୁ VIDEO

ସଂସ୍କାର : ବାଘ ନାଁ ଶୁଣିଲେ ସମସ୍ତେ ଡରନ୍ତି। ଆଉ ଆଖି ଆଗରେ ନିଜ ପାଖରେ ଯଦି ବାଘ କେହି ଦେଖିବେ ତେବେ ସେ ଜୀବନ ବିକଳରେ ଦୌଡ଼ିବା ଥୟ। ଠିକ୍ ଏପରି ଏକ ଘଟଣା ଜାତୀୟ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ପିଲାମାନେ ପାଠ ପଢ଼ୁଥିବା ସମୟରେ କ୍ଲାସକୁ ଏକ କଲରାପତରିଆ ବାଘ କେଉଁଆଡୁ ମାଡି ଆସିଥିଲା। ଆଉ ବାଘକୁ ଦେଖି ଛାତ୍ରଛାତ୍ରୀ ଭୟଭୀତ ହୋଇ ଜୀବନ ବିକଳରେ କେହି କୁଆଡେ ଦୌଡ଼ିଲେ।

ପାଠ ପଢାରେ ମସଗୁଲ ଥିଲେ ଛାତ୍ରଛାତ୍ରୀ । କିନ୍ତୁ ହଠାତ ପଶିଆସିଲା କଲରାପତରିଆ । ଯିଏ ଯୁଆଡେ ପାରିଲେ ଦୌଡିଲେ । ଶିକ୍ଷକ ଓ ଛାତ୍ରଛାତ୍ରୀ ସମସ୍ତେ ପ୍ରାଣ ବିକଳରେ ଧାଇଁଲେ । ଏହି ସମୟରେ ଆକ୍ରମଣ କଲା ବାଘ । ଶେଷରେ ବନ ବିଭାଗ ସହାୟତାରେ ବାଘକୁ ଉଦ୍ଧାର କରାଗଲା । ଘାଇଲା ହେଲେ ଅନେକ । ଏପରି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ଆଲିଗଡରେ ଅଞ୍ଚଳରେ।

ବନ ବିଭାଗ ଅଧିକାରୀ ଅଦିତି ଶର୍ମାଙ୍କ କହିବାନୁସାରେ, ବୁଧବାର ସକାଳ ୬ଟାରେ ତାଙ୍କ ପାଖକୁ ଏକ ଶିକ୍ଷାନୁଷ୍ଠାନରେ ବାଘ ପଶି ଆସିଥିବା ଖବର ଆସିଥିଲା । ତୁରନ୍ତ ସେ ଟିମ୍ ସହ ଘଟଣାସ୍ଥଳରେ ପହଁଚିଥିଲେ । ସଙ୍ଗେସଙ୍କେ କଲେଜକୁ ଖାଲି କରାଯାଇଥିଲା। ସିସିଟିଭି କ୍ୟାମେରା ସାହାଯ୍ୟରେ ଗୋଟିଏ ପରେ ଗୋଟିଏ କ୍ଲାସରୁମକୁ ଯାଞ୍ଚ କରାଯାଇଥିଲା । ୧୦ ନମ୍ବର ରୁମ ପାଖରେ ବାଘଟି ବୁଲୁଥିବା ସେ ଦେଖିବାକୁ ପାଇଥିଲେ । ସେହି କୋଠରୀର କବାଟ ନଥିଲା। ତେଣୁ ବହୁ କଷ୍ଟରେ ଟ୍ରାଙ୍କୁଲାଇଜ୍ ଜାଲ ସାହାଯ୍ୟରେ ବାଘକୁ କାବୁ କରାଯାଇଥିଲା ।

ଉଦ୍ଧାର କରିବା ପରେ କଲରାପତରିଆକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଗାଜିଆବାଦ ଅଞ୍ଚଳରେ କଲରାପତରିଆ ଆତଙ୍କ ସୃଷ୍ଟି କରିଥିଲା । ବନ ବିଭାଗ ଦୀର୍ଘ ସମୟ ଧରି ଅପରେସନ କରିବା ସହ ବାଘକୁ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *