ସୋସିଆଲ ମିଡ଼ିଆରେ ପୁଣିଥରେ ଚର୍ଚ୍ଚାରେ ଉଦ୍ୟୋଗପତି ହର୍ଷ ଗୋଏଙ୍କା : ଟ୍ଵିଟ୍ କରି ଜାରି କଲେ ଏକ ଭିଡ଼ିଓ, କହିଲେ କରୋନା ଟିକା ନେଲାପରେ ଏମିତି ହେଲା ପାର୍ଶ୍ଵ ପ୍ରତିକ୍ରିୟା

ଉଦ୍ୟୋଗପତି ହର୍ଷ ଗୋଏଙ୍କା ଅନେକ ସମୟରେ କିଛି ନା କିଛି କାରଣରୁ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ଟ୍ଵିଟ୍ କରି ସେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଯାହା ଖୁବ୍‌ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଗୋଟେ ପଟେ  ଇଞ୍ଜେକ୍ସନ ଦେଖାଯାଉଥିବା ବେଳେ ଅନ୍ୟପଟେ ଜଣେ ବ୍ୟକ୍ତିଙ୍କର ଫଟୋ ନଜର ଆସୁଛି । ଭିଡ଼ିଓଟିରେ ନଜର ଆସୁଥିବା ଏହି ବ୍ୟକ୍ତିଙ୍କର ସ୍ୱର ବଦଳୁଥିବାର ମଧ୍ୟ ଶୁଣା ଯାଉଛି ।

ତେବେ ଭିଡ଼ିଓଟିରେ ସେ କରୋନା ଟିକା ନେବାପରେ ନିଜର ଅନୁଭବକୁ ବଡ଼ ମଜାଳିଆ ଢଙ୍ଗରେ କହୁଛନ୍ତି, ଯାହାକୁ ହର୍ଷ ଚାଇନା ଭାକ୍‌ସିନ୍‌ର ପ୍ରଭାବ ବୋଲି ଶେଷରେ ସୂଚାଇଛନ୍ତି । ଏହି ଭିଡ଼ିଓକୁ  ଖୁବ୍‌ ପସନ୍ଦ କରିଛନ୍ତି ୟୁଜର୍ସମାନେ । କେତେକ ୟୁଜର୍ସ କୌତୁକିଆ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

ଯଦି ଭିଡ଼ିଓଟିକୁ ଆପଣ ଧ୍ୟାନ ଦେଇ ଶୁଣିବେ ଜାଣିପାରିବେ ଯେ କେମିତି ସେହି ବ୍ୟକ୍ତି ଜଣଙ୍କ କହୁଛନ୍ତି, “କରୋନା ଭାକ୍‌ସିନ୍‌ ଲଗେଇବାର ତୁରନ୍ତ ପରେ ମୋତେ ସାଇଡ୍‌ ଇଫେକ୍ଟ ହୋଇ ନାହିଁ, ହେଲେ ଧୀରେ ଧୀରେ …, ଏତିକି କହି ଏହି ବ୍ୟକ୍ତିଙ୍କର ସ୍ୱର ବଦଳିଯାଉଛି ଏବଂ ତାଙ୍କର ଚେହେରା ମଧ୍ୟ । ଉକ୍ତ ଭିଡ଼ିଓଟିକୁ ଅନେକ ଲୋକ ପସନ୍ଦ କରୁଛନ୍ତି ।

Leave a Reply

Your email address will not be published. Required fields are marked *