ସଫଦର୍ଜଙ୍ଗ ହସ୍ପିଟାଲର ଦାୟିତ୍ଵ ଏବଂ ଚିକିତ୍ସାକୁ ନେଇ ଆକ୍ଷେପ, ଭାଉଜକୁ ହରାଇଥିବା ଜଣେ ଦିଅରର କ୍ଷୋଭ ଭରା ବିକ୍ଷୋବ : ଦେଖନ୍ତୁ ଏହି ଭିଡ଼ିଓ

ଚିକିତ୍ସାଳୟରେ ରୋଗୀମାନଙ୍କ ପ୍ରତି ନିଷ୍ଠୁର ବ୍ୟବହାରର ଏକ ଉଦାହରଣ ନିଜେ ମୋ ଭାଉଜ, ଯିଏ ଏବେ ମୋ ପାଖରେ ମରି ଶୋଇଛନ୍ତି । କୋଭିଡ଼ ଦୁଆର ସାମ୍ନାରେ ସେ ପ୍ରାଣ ଛାଡ଼ିଲେ ଅଥଚ ଡାକ୍ତର ତାଙ୍କୁ ଚିକିତ୍ସା କଲେନି । ଅକ୍ସିଜେନ ସହିତ ଆସିଥିଲୁ । ଅକ୍ସିଜେନ ସରିବା ସାଙ୍ଗରେ ଲିଭିଲା ତାଙ୍କ ଜୀବନ ଦୀପ ।

ହସ୍ପିଟାଲରେ ଭର୍ତ୍ତି କରିବାକୁ ସବୁ କାଗଜପତ୍ର କରାଯାଇସାରିଥିଲା ସତ୍ତ୍ୱେ ଭାଉଜ ମୋର କୋଭିଡ଼ ଦୁଆର ସାମ୍ନାରେ ୧ ଘଣ୍ଟା ଧରି ଅପେକ୍ଷା କଲେ ଓ ଚିକିତ୍ସା ତଥା ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳାରୁ ପ୍ରାଣ ହରାଇଲେ ବୋଲି କ୍ଷୋବ ଭରା କଣ୍ଠରେ କହିଛନ୍ତି ଯୁବକ ଜଣକ । ଜୀବନ ତ ଗଲା କିନ୍ତୁ ତାଠାରୁ ଆହୁରି ହୃଦୟ ବିଦାରକ ଘଟଣା ଏହି କି ଯେ ସକାଳ ୯ ଟାରେ ତାଙ୍କ ମୃତ୍ୟୁ ହେବା ପରେ ଅପରାହ୍ନ ସାଢେ ଗୋଟେ ଯାଏଁ ତାଙ୍କ ମର ଶରୀରକୁ ର୍ୟାପ କରାଯାଇନି ବୋଲି ଯୁବକ ଜଣକଙ୍କ ଆକ୍ଷେପ ।

ଏହା ସଫଦର୍ଜଙ୍ଗ ହସ୍ପିଟାଲର ନଜାରା । ଭିଡ଼ିଓରେ ଦିଅର କୁହନ୍ତି ଯେ ଏହା ପୂର୍ବରୁ ଗଙ୍ଗାରାମ ହସ୍ପିଟାଲ, ବିଏଲ କପୁର ହସ୍ପିଟାଲ, ଆରଏମଏଲ ହସ୍ପିଟାଲ, ସଞ୍ଜୀବନ ହସ୍ପିଟାଲ ବି ଯାଇଥିଲୁ । ସମସ୍ତେ କହିଲେ କରୋନା ରିପୋର୍ଟ ନଆସିବା ଯାଏଁ ଚିକତ୍ସା ହେଇପାରିବନି । ଆଉ କରୋନା ଟେଷ୍ଟ ରିପୋର୍ଟ ଆସିବାକୁ ୨୪ ଘଣ୍ଟା ସମୟ ଲାଗେ । ଭାଉଜଙ୍କ କରୋନା ଟେଷ୍ଟ ବି ଗଙ୍ଗାରାମ ହସ୍ପିଟାଲରେ ରାତିରେ କରାଯାଇଥିଲା ଯାହାର ରିପୋର୍ଟ ଆସି ନଥିଲା ।   

ଯେଉଁଠି କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି ସେଇଠି ଘଣ୍ଟା ଘଣ୍ଟା ଧରି ପଡ଼ି ରହିଛି ମର ଶରୀର । ଏହା ହସ୍ପିଟାଲର ଅବ୍ୟବସ୍ଥା ଓ ଦାୟିତ୍ଵହୀନତା କେବଳ ବୋଲି କ୍ଷୋବରେ କହିଛନ୍ତି ଯୁବକ ଜଣକ । କେବଳ ଏଇଥିପାଇଁ ସେ ଆଜି ତାଙ୍କ ଭାଉଜଙ୍କୁ ହରାଇଲେ ଯେତେବେଳେ କି ତାଙ୍କ ଭାଇ ମାନସିକ ରୋଗୀ ଓ ତାଙ୍କର ୩ ଟା ପିଲା । ଘର ସମ୍ଭାଳିବାକୁ କେବଳ ଭାଉଜ ହିଁ ଥିଲେ ଯିଏ ଏବେ ମୃତ ।

Leave a Reply

Your email address will not be published. Required fields are marked *