ଆମେରିକା, ବ୍ରିଟେନ କି ସ୍ପେନ ନୁହେଁ ଏଥର କରୋନାଭାଇରସ ଉତ୍ପତ୍ତିକୁ ନେଇ ଭାରତ ସମେତ ଶତାଧିକ ଦେଶ ତଦନ୍ତ ଦାବି କରିଛନ୍ତି । ଇଉରୋପୀୟ ସଂଘ ଏକ ପ୍ରସ୍ତାବନା ଚିଠା ପ୍ରସ୍ତୁତ କରିଛି ଯେଉଁଥିରେ ତଦନ୍ତ ପାଇଁ ବିଶ୍ଵ ସ୍ବାସ୍ଥ୍ୟ ସଙ୍ଗଠନର ବାର୍ଷିକ ଅଧିବେଶନ ପୂର୍ବରୁ ହିଁ ଶତାଧିକ ଦେଶର ସମର୍ଥନ ସହିତ ଏ ଦାବି ଫାଇଲ୍ ହୋଇଛି ବୋଲି ସୂଚନା ମିଳିଛି ।
ମଇ ୧୮ ତାରିଖ ଅପରାହ୍ଣ ସାଢେ ୩ ଟାରେ ବେଳେ WHO ର ପ୍ରମୁଖ ଯୋଜନା ପ୍ରସ୍ତୁତକାରୀ ସଙ୍ଗଠନ ବିଶ୍ୱ ସ୍ୱାସ୍ଥ୍ୟ ବୈଠକର ବାର୍ଷିକ ଅଧିବେଶନ ହୋଇଥିଲା ପ୍ରଥମ ଥର ପାଇଁ ଏହା ଭିଡ଼ିଓ କନ୍ଫରେନ୍ସିଙ୍ଗ୍ ମାଧ୍ୟମରେ ଆୟୋଜିତ ହେଲା । କରୋନା ସଙ୍କଟକୁ ଆଖି ଆଗରେ ରଖି ଏହି ସମ୍ମିଳନୀକୁ ବର୍ତ୍ତମାନ ପାଇଁ ଦୁଇ ଦିନ ସାରିବାକୁ ହେବ ଓ ଥରେ କରୋନା ସଂକ୍ରମଣ ଉପରେ ଆୟତ ଆସିଗଲେ ଏହା ପୁଣିଥରେ ଅନୁଷ୍ଠିତ ହେବ ।

କରୋନାଭାଇରସ କେଉଁ ମାଧ୍ୟମ ଦେଇ ପ୍ରଥମେ ମଣିଷକୁ ସଂକ୍ରମିତ ହେଲା ଓ ଏହାର ଉତ୍ପତ୍ତି ଉତ୍ସକୁ ନେଇ ତଦନ୍ତ କରିବାକୁ ପ୍ରସ୍ତାବନାରେ ଦାବି କରାଯାଇଛି । ଆମେରିକା ଓ ଅଷ୍ଟ୍ରେଲିଆ ସମେତ ଅନେକ ଦେଶ କରୋନାଭାଇରସର ଉତ୍ପତ୍ତିରେ ଚୀନର ଭୂମିକା ରହିଥିବା ସନ୍ଦେହ କରୁଥିବାବେଳେ ଚୀନର ୱୁହାନ୍ ସହରରୁ ହିଁ ପ୍ରଥମେ କରୋନାଭାଇରସ ରୋଗୀ ଚିହ୍ନଟ କରାଯାଇଥିଲା । ହେଲେ ଚୀନ ଏହି ଦୋଷାରୋପକୁ ପ୍ରତ୍ୟାଖ୍ୟାନ କରୁଛି । ତେଣୁ ଏକ ନିରପେକ୍ଷ, ସ୍ଵାଧୀନ ଓ ବ୍ୟାପକ ମୂଲ୍ୟାୟନ କରିବାକୁ ଏହି ପ୍ରସ୍ତାବନାରେ ନିବେଦନ କରାଯାଇଛି ।