ଡାକ୍ତରଙ୍କୁ ଦେଖାଇ ରୋଗୀକୁ ନେଇ ଫେରୁଥିବା ଵେଳେ ଭାରସାମ୍ୟ ହରାଇ ଓଲଟି ପଡିଲା ଆମ୍ବୁଲାନ୍ସ , ଗୁରୁତର ଆହତ ହୋଇଥିବା

ambulance lost balance at durghatana while returning with patient in bhadrak

ଭଦ୍ରକ : ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ନହରା ଅଞ୍ଚଳର ଭବଶଙ୍କର ମିଶ୍ର କଟକ ନ୍ୟୁରୋଲୋଜି ବିଭାଗର ଡାକ୍ତରଙ୍କୁ ଦେଖାଇ ରୋଗୀକୁ ନେଇ ଫେରୁଥିବା ଵେଳେ ଭାରସାମ୍ୟ ହରାଇ ଆମ୍ବୁଲାନ୍ସ ଓଲଟିଥିବାର ଖବର ମିଳିଛି।

୧୬ନଂ ଜାତୀୟ ରାଜପଥ ରାହାଞ୍ଜ ଛକରେ ଭାରସାମ୍ୟ ହରାଇ ଓଲଟି ପଡିଲା ଆମ୍ବୁଲାନ୍ସ । ଓଲଟାଇବା ପରେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି। ରୋଗୀଙ୍କ ସହ ସଂପର୍କୀୟମାନେ ଆହତ ଅବସ୍ଥାରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଯୋଗ୍ୟେ ଯେ ରୋଗୀ ପରିବାର ଭଡାରେ କଟକରୁ ଆମ୍ବୁଲାନ୍ସ ନେଇ ଆସୁଥିଲେ । ସମସ୍ତ ଗୁରୁତର ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *