ଯେତେବେଳେ ସାରା ବିଶ୍ଵ କରୋନା ଭୟରେ ଥରହର, ସେହି ସମୟରେ ଶୁଣିବାକୁ ମିଳିଛି ଖୁସିର ଖବର । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନାଭାଇରସର ଟୀକା ବାହାରିଲା ବୋଲି ସୂଚନା ଦେଇଛନ୍ତି । ଏକଥା କହି ମୁଁ ଖୁସି ଅନୁଭବ କରୁଛି ଯେ ଜଣେ ସ୍ୱେଚ୍ଛାସେବୀକୁ COVID-୧୯ ଟୀକା ଦିଆଯାଇଛି । ଏହା ଇତିହାସର ସବୁଠାରୁ ତ୍ଵରିତ ବେଗରେ ତିଆରିର ହୋଇଥିବା ଟୀକା । ଟୀକା ପରୀକ୍ଷଣର ପ୍ରାଥମିକ ପର୍ଯ୍ୟାୟ ସରିଛି । କେବଳ ଏତିକି ନୁହେଁ, COVID-୧୯ ପାଇଁ ଆଣ୍ଟିଭାଇରସ ଓ ଅନ୍ୟ ଥେରାପିମାନ ମଧ୍ୟ ପ୍ରସ୍ତୁତ କରାଯାଉଛି । ଆମ ପାଖରେ ସାହସ ବଢାଇବା ପାଇଁ ପ୍ରାଥମିକ ପର୍ଯ୍ୟାୟର ଭଲ ପରିଣାମ ଅଛି ବୋଲି ଆମେରିକାର ରାଷ୍ଟ୍ରପତି କହିଛନ୍ତି ।

ଆମେରିକାର ବୈଜ୍ଞାନିକମାନେ ସୋମବାର ଦିନ ପ୍ରଥମ ଟୀକା ପରୀକ୍ଷଣ କରିଛନ୍ତି । ସିଆଟଲ୍ ନାମକ ଗବେଷଣା ପ୍ରତିଷ୍ଠାନରେ ଡାକ୍ତର ପରୀକ୍ଷଣ ପାଇଁ ଜେନିଫର୍ ନାମକ ଜଣେ ମହିଳାଙ୍କୁ ଏହି ଟୀକା ଦିଆଯାଇଛି । ଏହି ଟୀକା ସମ୍ବନ୍ଧରେ ଜେନିଫର୍ କୁହନ୍ତି ଯେ ଏହି ସମୟରେ ଯେତେବେଳେ ସମସ୍ତେ ଅସହାୟ ମଣୁଛନ୍ତି, ମୋତେ ଲାଗିଲା ମୁଁ କିଛି ସାହାଯ୍ୟ କରିପାରିବି କି ? ଏଥିପାଇଁ ମୁଁ ବହୁତ ଖୁସି ଯେ ମୁଁ ହିଁ ପ୍ରଥମ ଯାହା ଉପରେ COVID-୧୯ର ଯାଞ୍ଚ ହେବ । ଏହା ମୋତେ ଖୁବ ଅବିଶ୍ଵାସ ଲାଗୁଥିଲେ ବି ମୁଁ ଖୁବ ଉତ୍ସାହିତ । ଏ ଟୀକା ଗୋଟେ ସାଧାରଣ ଫ୍ଲୁ ଇଞ୍ଜେକସନ ଭଳି ଥିଲା । ମୁଁ କିଛି ମାସ ତଳେ ଗୋଟେ ଫ୍ଲୁ ଇଞ୍ଜେକସନ ନେଇଥିଲି । ଏହା ଠିକ ସେହିଭଳି ହିଁ ଥିଲା । ମୋତେ ଏ ଟୀକା ନେଲାବେଳେ କିଛି କଷ୍ଟ ଅନୁଭବ ହେଲାନି । ମୁଁ ଏହାକୁ ନେଇ ବହୁତ ଖୁସି । ଏ ଟୀକା ଶୀଘ୍ର ଫଳପ୍ରଦ ହେଉ ଓ ଅଧିକରୁ ଅଧିକ ଲୋକ ବଞ୍ଚିଯାଆନ୍ତୁ ଓ ପୂର୍ବପରି ନିଜ ଜୀବନ ଅତିବାହିତ କରନ୍ତୁ ବୋଲି ମୋର ଆଶା ।
ସାରା ବିଶ୍ଵରେ ଜରୁରୀକାଳୀନ ସ୍ଥିତିରେ ଏହି ଟୀକା ପ୍ରସ୍ତୁତ ହୋଇଛି । ଚୀନରୁ ଆରମ୍ଭ ହେଇ ସାରା ବିଶ୍ଵକୁ ବ୍ୟାପୁଥିବା ଏହି ଭାଇରସକୁ ନେଇ ସମସ୍ତ ବୈଜ୍ଞାନିକମାନେ ଚିନ୍ତିତ ଥିଲେ । COVID-୧୯ ନିରାକରଣ ପାଇଁ ଟୀକା ପ୍ରସ୍ତୁତି କରିବାକୁ ଅଣ୍ଟା ଭିଡିଛନ୍ତି ବୈଜ୍ଞାନିକମାନେ । ଦିନରାତି ପରିଶ୍ରମ କରି ଗତକାଲି ପ୍ରଥମ ପଦକ୍ଷେପ ସ୍ୱରୂପ ଆମେରିକାରେ ପ୍ରଥମ ଟୀକା ପରୀକ୍ଷଣ କରାଯାଇଛି ।
ଆମେରିକାର ଏହି ସଫଳତା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିଜ ଦେଶର ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଟୀକାର ପରୀକ୍ଷଣ ଆରମ୍ଭ ହୋଇସାରିଥିଲାବେଳେ ଖୁବ୍ ଶୀଘ୍ର ଏହି ଟୀକା ବାହାରିଯିବ ବୋଲି ସେ ସୂଚନା ଦେଇଛନ୍ତି । ବୋଲି ଆମେରିକା ପକ୍ଷରୁ କୁହାଯାଇଛି ।