କରୋନାର ମହାମାରୀ ସଙ୍କଟବେଳେ ଏବେ ଦେଶ ସାମ୍ନାରେ ଆଉ ଏକ ପ୍ରାକୃତିକ ବିପର୍ଯୟ ମୁଣ୍ଡ ଟେକିଲାଣି । ଉତ୍ତରପ୍ରଦେଶର ଝାନ୍ସୀ ଜିଲ୍ଲାରେ ପଙ୍ଗପାଳ(ଫସଲ ଏବଂ ଉଦ୍ଭିଦକୁ ନଷ୍ଟ କରୁଥିବା ଗୋଟେ ଜାତିର କୀଟ)ମାନେ ଚିନ୍ତା ବଢ଼ାଇଛନ୍ତି । ପାଖାପାଖି ୨.୫ରୁ ୩ କିଲୋମିଟର ଲମ୍ବା ପଙ୍ଗପାଳ ଦଳ ଦେଶରେ ପ୍ରବେଶ କରିଛନ୍ତି । ଏମାନଙ୍କ ମୁକାବିଲା ପାଇଁ ତେଣୁ ଝାନ୍ସୀ ଜିଲ୍ଲା ପ୍ରଶାସନ ରାସାୟନିକ ପଦାର୍ଥ ସହିତ ଏକ ଗାଡ଼ି ପ୍ରସ୍ତୁତ ରଖିବା ପାଇଁ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଙ୍ଗପାଳ ସେହି ସ୍ଥାନକୁ ଯିବେ ଯେଉଁଠାରେ ସବୁଜ ଘାସ କିମ୍ବା ସବୁଜ ସ୍ଥାନ ରହିଛି । ସାଧାରଣ ଜନତାଙ୍କ ସାଙ୍ଗରେ ଗ୍ରାମବାସୀମାନଙ୍କୁ ପଙ୍ଗପାଳ ବିରୋଧରେ ଆନ୍ଦୋଳନକୁ ନେଇ ନିୟନ୍ତ୍ରଣ କକ୍ଷକୁ ଜଣାଇବାକୁ ଜିଲ୍ଲା ମାଜିଷ୍ଟ୍ରେଟ୍ ଆଣ୍ଡ୍ରା ଭାମସିଙ୍କ ତରଫରୁ କୁହାଯାଇଛି ।
ଏ ପରିପ୍ରେକ୍ଷୀରେ କହିବାକୁ ଯାଇ କୃଷି ଉପ-ନିର୍ଦ୍ଦେଶକ କମଲ କଟିୟାର କହିଛନ୍ତି ଯେ ଚଳପ୍ରଚଳ କରିପାରୁଥିବା ପଙ୍ଗପାଳଙ୍କ ଆକାର ଛୋଟ । ତାଛଡ଼ା ପଙ୍ଗପାଳର ମୁକାବିଲା ପାଇଁ ରାଜସ୍ଥାନ କୋଟାରୁ ଏକ ଦଳ ଆସିଛି ଯିଏ ଝାନ୍ସୀର ବଙ୍ଗରା ମାଗରପୁରରେ ରହିଛନ୍ତି । ସେମାନଙ୍କୁ ମାରିବା ପାଇଁ ରାତିରେ କୀଟନାଶକ ଔଷଧର ସ୍ପ୍ରେ କରାଯିବ ବୋଲି ଶ୍ରୀ କଟିୟାର ସୂଚନା ଦେଇଛନ୍ତି ।