ରବିବାର ମୁମ୍ୱାଇର ଅନ୍ଧେରୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏକ ବେଲୁନ ୪ ବର୍ଷ ଶିଶୁର ଜୀବନ ନେଇଯାଇଛି । ମୃତ ଶିଶୁ ଦେବରାଜ ଭଉଣୀ ସହିତ ଖେଳୁଥିବା ସମୟରେ ପାଟିରେ ବେଲୁନ୍ ପୁରାଇ ଦେଇଥିଲା । ପାଟିରୁ ଖସି ବେଲୁନଟି ତଣ୍ଟି ଭିତରକୁ ଚାଲିଗଲା ଯାହାପରେ ଦେବରାଜ ଅଣ ନିଃଶ୍ୱାସୀ ହୋଇଗଲା ଆଉ ତାର ମୃତ୍ୟୁ ହେବା ଖବର ମିଳିଛି ।
ଘଟଣାଟି ଏହିପରି ହୋଇଥିଲା । ଉଭୟ ଭାଇଭଉଣୀ ସାଙ୍ଗ ହେଇ ଖେଳୁଥିଲେ । ଦେବରାଜ ବସିଥିବା ବେଳେ ହଠାତ୍ ଲେଉଟି ପଡ଼ିଥିଲା, କିନ୍ତୁ ତାର ଭଉଣୀ କିଛି ଜାଣିପାରିନଥିଲା । ଆଉ ସେ ଖେଳିବାକୁ ଲାଗିଥିଲା ବୋଲି ମୃତ ଶିଶୁର ଦାଦା ବୟାନ ଦେଇଛନ୍ତି । ପରିବାର ଲୋକେ ସଙ୍ଗେସଙ୍ଗେ ଦେବରାଜ ପାଟିରୁ ବେଲୁନକୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଥିଲେ । ତେଣୁ ତାକୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ନାନାବତୀ ହସ୍ପିଟାଲକୁ ପଠାଇଥିଲେ । ନାନାବତୀ ହସ୍ପିଟାଲକୁ ନେବା ବାଟରେ କିନ୍ତୁ ଦେବରାଜର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ କୁପର ହସ୍ପିଟାଲରେ ମୃତ ଶିଶୁର ଶବ ବ୍ୟବଚ୍ଛେଦ ହୋଇଥିଲା ଯେଉଁଠାରେ ଡାକ୍ତରମାନେ ମୃତ ଶିଶୁର ପେଟ ଭିତରୁ ବେଲୁନ୍ ବାହାର କରିଥିଲେ । ପୋଲିସ ଏକ FIR ରୁଜୁ କରି ତଦନ୍ତ କରୁଛି । ତେବେ ମୃତ ଶିଶୁ ଦେବରାଜର ବାପା ମୁମ୍ୱାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାନ ଦୋକନା କରିଥିବା ଜଣାପଡ଼ିଛି ।