ଏହି ସ୍ଥାନରେ କରୋନା ସହିତ ଲଢେଇ କରୁଥିବା ଆଗ ଧାଡ଼ିର ୯୦ ଜଣ ଯୋଦ୍ଧା ହେଲେ କରୋନା ଶିକାର : ଜାଣନ୍ତୁ କେମିତି

ଭାରତରେ କରୋନାକୁ ନେଇ ସ୍ଥିତି ଦିନକୁ ଦିନ ଶୋଚନୀୟ ହେବାରେ ଲାଗିଛି । ପ୍ରତିଦିନ କରୋନା ପଜିଟିଭ ଚିହ୍ନଟ ସଂଖ୍ୟା ବଢିବାରେ ଲାଗିଛି ଯେଉଁଥିରେ କରୋନା ମୁକାବିଲା ପାଇଁ ଆଗ ଧାଡ଼ିରେ ଠିଆ ହେଇଥିବା ଯୋଦ୍ଧାମାନେ ବି ସେଥିରୁ ବର୍ତ୍ତି ପାରୁନାହାନ୍ତି । ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଥିବା ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲରେ ୧୦ ଦିନ ଭିତରେ ପ୍ରାୟ ୯୦ ଡାକ୍ତର କରୋନା ଆକ୍ରାନ୍ତ ହେବା ସୂଚନା ମିଳିଛି ।

ଶନିବାର ଦିନ ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲର ଜଣେ ଅଧିକାରୀ IANSକୁ ସୂଚନା ଦେଇ କହିଛନ୍ତି ଯେ ୧୦ ଦିନରେ ପ୍ରାୟ ୮୦ ରୁ ୯୦ ଡାକ୍ତର କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଲେଣି । କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ବ୍ୟତୀତ ବି ଅନ୍ୟ ବିଭାଗର ଡାକ୍ତରମାନେ ବି କରୋନା ଶିକାର ହେଇଛନ୍ତି ।

ପୂର୍ବରୁ ହସ୍ପିଟାଲରେ ଡାକ୍ତରଙ୍କ ଅଭାବ ଥିଲା, କାରଣ ପ୍ରାୟ ୩୦୦ ଡାକ୍ତରଙ୍କୁ ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । କରୋନା ଆକ୍ରାନ୍ତଙ୍କ ବଢୁଥିବା ସଂଖ୍ୟାକୁ ନଜରରେ ରଖି ଆହୁରି ୫୦୦ ବେଡ଼ ସଂଖ୍ୟା ବଢାଇବାର ଯୋଜନା ରହିଛି । ତେଣେ ଠିକ୍‌ରେ ଖାଇବା ଏବଂ ଶୋଇବା ହେଇନି ୩ ମାସ ହେବ । ପରିବାର ସଦସ୍ୟଙ୍କ ସହିତ ଠିକ୍‌ରେ କଥା ବି ହେଇ ହେଉନି । ୨୪ ଘଣ୍ଟା କରୋନା ରୋଗୀଙ୍କ ସେବା କରି କରି ଅନେକ ଡାକ୍ତର ଓ ନର୍ସ କରୋନାରେ ଆକ୍ରାନ୍ତ ହେଉଛନ୍ତି ବୋଲି ଅଧିକାରୀ ଜଣକ କହିଛନ୍ତି ।

Leave a Reply

Your email address will not be published. Required fields are marked *