ଲକ୍ଷ୍ନୌରେ କ୍ୟାବ୍ ଡ୍ରାଇଭରଙ୍କୁ ବିନା କାରଣରେ ମରଣାନ୍ତକ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରଲ୍

ସଂସ୍କାର : ସୋସିଆଲ୍ ମିଡ଼ିଆରେ ଭାଇରଲ୍ ହେଉଛି ଗୋଟିଏ ଭିଡ଼ିଓ। ଆଉ ତାହା ହେଲା , ଜଣେ କ୍ୟାବ୍ ବା ଟ୍ୟାକ୍ସି ଡ୍ରାଇଭରକୁ ବିଚ୍ ରାସ୍ତାରେ ଜବରଦସ୍ତ ମାଡ଼ ମାରୁଛନ୍ତି ଜଣେ ମହିଳା। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ। ଲକ୍ଷ୍ନୌର ଏକ ରାସ୍ତା ଉପରେ ଦେଖିବାକୁ ମିଳିଛି ମହିଳାଙ୍କ ଗୁଣ୍ଡା ରାଜ୍ । ଜଣେ କ୍ୟାବ୍ ଡ୍ରାଇଭରକୁ ଅଟକାଇ ମନଇଚ୍ଛା ମାଡ଼ ମାରୁଛନ୍ତି ଜଣେ ମହିଳା । ଆଉ ମହିଳା ମାଡ଼ ମାରୁଥିବା କାରଣରୁ ନିଜର ହାତକୁ ନିୟନ୍ତ୍ରଣ କରି ରଖିଛନ୍ତି କ୍ୟାବ୍ ଡ୍ରାଇଭର। ମାଡ଼ ଖାଉଥିବା କ୍ୟାବ୍ ଡ୍ରାଇଭର ବାରମ୍ବାର କହୁଛନ୍ତି ଯେ, ଏ ମହିଳାଙ୍କ ସ୍ଥାନରେ ଯଦି କୌଣସି ପୁରୁଷ ରହିଥାନ୍ତା , ତାହାହେଲେ ମୁଁ ତାକୁ ଜୀବନରୁ ମାରି ଦେଇଥାଆନ୍ତି।

ତେବେ ସମ୍ପୂର୍ଣ୍ଣ ଘଟଣା ଏହା ଯେ, ଟ୍ରାଫିକରେ ଗ୍ରୀନ ସିଗନାଲ୍ ଥିବା ସମୟରେ ମହିଳା ଜଣକ ରାସ୍ତା ଉପରକୁ ଚାଲିଆସିଥିଲେ। ଠିକ ସେହି ସମୟରେ ଦ୍ରୁତ ବେଗରେ ଆସୁଥିବା କାରଟି ହଠାତ ବ୍ରେକ ମାରିଥିଲା। ତେବେ କାର ଡ୍ରାଇଭର ମହିଳାଙ୍କୁ ଦୂରରୁ ହିଁ ଦେଖି ସାରିଥିଲେ , ତେଣୁ ସେ ମହିଳାଙ୍କ ଠାରୁ ପାଖାପାଖି ୩ ରୁ ୪ ପୁଟ ଦୂରରେ ବ୍ରେକ ମାରିଥିଲେ। କିନ୍ତୁ ମହିଳା ଜଣକ କିଛି ନ ବୁଝି ହଠାତ କାର ପାଖକୁ ଆସି ଡ୍ରାଇଭରକୁ ଗାଡିରୁ ବାହାର କରି ଠୋ ଠୋ ଚାପୁଡା ମାରିଥିଲେ। ଆଉ ପାଖରେ ଥିବା ଲୋକ ମାନେ ନିରବ ଦ୍ରଷ୍ଟା ପାଲଟି ଯାଇଥିଲେ। ଏପରିକି ପାଖରେ ଥିବା ଟ୍ରାଫିକ ପୋଲିସ ମଧ୍ୟ ମହିଳାଙ୍କ ଡେରିଙ୍ଗ ଅନନ୍ଦାଜକୁ ଦେଖି ହାତ ଟେକି ଦେଇଥିଲା।

ଅନ୍ୟପଟେ ଡ୍ରାଇଭର ଜଣକ କହିଛନ୍ତି ଯେ ମହିଳା ଜଣକ ତାଙ୍କ ଫୋନ ଭାଙ୍ଗି ଦେଇଛନ୍ତି। ସେ କହିଥିଲେ, ‘ ମୋତେ ବର୍ତ୍ତମାନ ଫୋନ୍ କିଏ ଦେବେ? ଏହା ମୋର କମ୍ପାନୀ ଫୋନ୍ ଥିଲା | ମୁଁ ଜଣେ ଗରିବ ଲୋକ , ଆଉ ମୋ ମୋବାଇଲର ଦାମ ଥିଲା ୨୫ ହଜାର ଟଙ୍କା, ଯାହାକି ମୋର କମ୍ପାନୀ ମୋତେ ଦେଇଥିଲା।

ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ :-

ତେବେ କ୍ୟାବ୍ ଡ୍ରାଇଭରର କୌଣସି ଭୁଲ୍ ନ ଥାଇ ସେ ମହିଳାଙ୍କ ଠାରୁ ମାଡ଼ ଖାଇବା ଘଟଣା ବର୍ତ୍ତମାନ ଦେଶରେ ଚର୍ଚ୍ଚା ଧରିଛି। ଅନ୍ୟପଟେ ପୋଲିସ ଡ୍ରାଇଭର ଠାରୁ ଚାଲାଣ କଟିଛି। ଯାହାକୁ କି ସାଧାରଣରେ ବହୁତ ନିନ୍ଦା କରାଯାଇଛି। କ୍ୟାବ ଡ୍ରାଇଭରଙ୍କୁ ଆକ୍ରମଣ କରିଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ #arrestluckknowgirl ଟ୍ରେଣ୍ଡ କରୁଛି | ଆକ୍ରମଣର ଭିଡିଓ ଭାଇରାଲ ହେଉଛି। ଏହା ସହିତ ମହିଳାଙ୍କୁ ଗିରଫ କରିବା ପାଇଁ ଦାବି କରାଯାଉଛି। ଶୁକ୍ରବାର ସନ୍ଧ୍ୟାରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର କୃଷ୍ଣନଗର ଅଞ୍ଚଳରେ ଏହି ଘଟଣା ଘଟିଛି।

Leave a Reply

Your email address will not be published. Required fields are marked *