ପଶୁ ସହିତ ସମ୍ବନ୍ଧିତ ଅନେକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଆପଣ ଦେଖିଥିବେ ହେଲେ ଆଜି ଯେଉଁ ଭିଡ଼ିଓଟି ଭାଇରାଲ ହେଉଛି ତାହା ସମ୍ପୂର୍ଣ୍ଣ ଭିନ୍ନ । ଏହି ଭିଡ଼ିଓଟି ଦେଖିଲା ପରେ ଲୋକଙ୍କର ମନେ ପଡ଼ିଛି ବାହୁବଳୀ ଚଳଚିତ୍ର । ବାସ୍ତବରେ ଭିଡ଼ିଓରେ ଜଣେ ବ୍ୟକ୍ତି ଗୋଟିଏ ହାତୀ ଛୁଆକୁ କାନ୍ଧରେ ପକେଇ ଦୌଡୁଛନ୍ତି ।
ଯିଏ ଏହି ଭିଡ଼ିଓ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି ଯଦିଓ ଏହି ଭିଡ଼ିଓକୁ ପୁରୁଣା ଭିଡ଼ିଓ ବୋଲି କୁହାଯାଉଛି । ଏହି ଭିଡ଼ିଓକୁ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଶେୟାର କରିଛନ୍ତି । ଭିଡ଼ିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, “ବାହୁବଳୀ” । ସୂଚନା ଅନୁସାରେ କେନାଲରେ ପଡ଼ି ଯାଇଥିବା ଏକ ଛୋଟ ହାତୀ କାଦୁଅରେ ଫସି ଯାଇଥିଲା । କିନ୍ତୁ ମେଟୁପାଲାୟାମ ଜଙ୍ଗଲରୁ ଉକ୍ତ ଛୁଆ ହାତୀକୁ ଉଦ୍ଧାର କରାଯାଇଥିଲା । ତେବେ ଜଣାପଡ଼ିଛି ଯେ ସେ ତା ମା’ଠାରୁ ଅଲଗା ହୋଇଯାଇଛି ।
ଲୋକମାନେ ଏହି ଭିଡ଼ିଓକୁ ବହୁତ ପସନ୍ଦ କରୁଛନ୍ତି ଏବଂ ଏହାକୁ ବହୁତ ଶେୟାର କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡ଼ିଓ ୮୩୦୦ ରୁ ଅଧିକ ଭ୍ୟୁ ମିଳୁଛି । ଏହି ସମୟରେ ୧୮୦୦ ରୁ ଅଧିକ ଲାଇକ୍ ମିଳିଛି ।