ଆମେରିକା WHO ଉପରେ ପୁଣି ରାଗିଲା, କରୋନାର ତଥ୍ୟ ଲୁଚାଇଥିବା ଆରୋପ, ଆଉ ଚୀନ ଉପରେ କେସ ପାଇଁ…

ୱାଶିଂଟନ୍ : ମହାମାରୀ କରୋନାଭାଇରସକୁ ନେଇ ଚୀନ୍‌ ପଡ଼ିପାରେ ବଡ଼ ସମସ୍ୟାରେ । ଆମେରିକା ପରେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟ ଚୀନକୁ ଏହି କରୋନାଭାଇରସକୁ ନେଇ ଉତ୍ତର ମାଗିଛନ୍ତି । ଏହି ସମୟରେ ଆମେରିକା ସଂସଦରେ ଚୀନ୍ ବିରୋଧରେ ଏକ ବିଲ୍ ଆଗତ କରାଯାଇଛି ।

ଏହି ବିଲ୍ ପାସ୍ ହେବାପରେ ଆମେରିକା କରୋନା ମହାମାରୀ ଜନିତ ମୃତ୍ୟୁ ଏବଂ ଅର୍ଥନୈତିକ କ୍ଷତିପୂରଣ ପାଇଁ ଚୀନ୍ ବିରୋଧରେ ଫେଡେରାଲ୍ କୋର୍ଟରେ ମକଦ୍ଦମା ଦାୟର କରିପାରେ । ଆମେରିକାର ଦୁଇଜଣ ସାଂସଦ ଏହି ବିଲ୍ ଆଗତ କରିଛନ୍ତି ।

ଆମେରିକା ପୂର୍ବରୁ କହି ଆସୁଛି ଯେ ବିଶ୍ୱରେ କରୋନା ବ୍ୟାପିବା ପାଇଁ ଚୀନ୍ ଦାୟୀ । ଆମେରିକାର ତୀକ୍ଷ୍ଣ ଟିପ୍ପଣୀକୁ ଦେଖି ଫ୍ରାନ୍ସ ଏବଂ ବ୍ରିଟେନ ମଧ୍ୟ ଚୀନ୍ ଉପରେ ଆକ୍ରମଣାତ୍ମକ ହୋଇପଡିଛନ୍ତି । ଉଭୟ ଦେଶ ସ୍ପଷ୍ଟ କରିଛନ୍ତି ଯେ ବେଜିଂକୁ କରୋନା ସହ ଜଡିତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ଏବଂ ଯଦି ତାହା ଚୀନ ନକରେ ତେବେ ତା ସହିତ ଥିବା ସମ୍ପର୍କ ପ୍ରଭାବିତ ହେବ ।

ବ୍ରିଟେନର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଡୋମନିକ୍ କହିଛନ୍ତି ଯେ କରୋନାଭାଇରସ କିପରି ମହାମାରୀରେ ପରିଣତ ହୋଇଛି ଚୀନକୁ କହିବାକୁ ପଡିବ । ଚୀନ୍ ଚୁପ୍ ରହିପାରିବ ନାହିଁ । ତାକୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ସେହିଭଳି ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋ ଚାଇନାକୁ ଟାର୍ଗେଟ କରି କହିଛନ୍ତି ଯେ ଏଭଳି ଅନେକ ଘଟଣା ଘଟିଛି, ଯାହା ବିଷୟରେ କେହି କିଛି ଜାଣନ୍ତି ନାହିଁ ।

Leave a Reply

Your email address will not be published. Required fields are marked *