ଭାରତ ସପକ୍ଷରେ ଆମେରିକା କଲା ଏହି ଘୋଷଣା : ଯଦି ଚୀନ ଯୁଦ୍ଧକୁ ଓହ୍ଲାଏ ତେବେ … ପଢନ୍ତୁ ପୁରା ରିପୋର୍ଟ

ପୂର୍ବ ଲଦାଖର ଗଲଓ୍ଵାନ ଉପତ୍ୟକାରେ ଦୀର୍ଘ ଦୁଇ ମାସ ହେବ ବିବାଦ ଜାରି ରହିଥିଲା ଯଦିଓ ଶେଷରେ ଚୀନ ସୈନିକଙ୍କୁ ପଛଘୁଞ୍ଚା ଦେବାକୁ ପଡ଼ିଛି । ଭାରତ ସରକାର ନିଜର ସବୁଠୁ ମଜବୁତ କୂଟନୈତିକ ଅସ୍ତ୍ର କେନ୍ଦ୍ରର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲଙ୍କୁ ବ୍ରହ୍ମାସ୍ତ୍ର ରୂପେ ଉପଯୋଗ କଲେ । ଗତ ରବିବାର ଦିନ ଚୀନ ପ୍ରତିପକ୍ଷ ଓ୍ଵାଙ୍ଗ ଓ୍ଵିଙ୍କ ସହିତ ଡୋଭାଲ ପ୍ରାୟ ୨ ଘଣ୍ଟା ବୈଠକ କଲେ ଓ ଡ୍ରାଗନକୁ ପଛଘୁଞ୍ଚା ଦେବାକୁ ହେଲା ।

ବର୍ତ୍ତମାନ ପାଇଁ ସିନା ସୀମାଠାରୁ ଚୀନ ତା ସେନାକୁ ୨ କିଲୋମିଟର ପଛକୁ ନେଇଯାଇଛି କିନ୍ତୁ କେବେ ଚୀନର ମନ୍ଦ ବୁଦ୍ଧି ତାକୁ ଯୁଦ୍ଧ ପାଇଁ ପ୍ରେରିତ କରିପାରିବ ସେକଥା କିଏ କହିବ ! ତେଣୁ ଯଦି ଭାରତ ସହିତ ଚୀନର ଯୁଦ୍ଧ ହୁଏ ତେବେ ଆମେରିକୀୟ ସେନା ଭାରତକୁ ସମର୍ଥନ କରିବ ବୋଲି ଗତକାଲି ସୋମବାର ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀ ଘୋଷଣା କରିଛନ୍ତି ।

ହ୍ୱାଇଟ୍ ହାଉସର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ ଏସିଆରେ ଚୀନର ଦାଦାଗିରି ଚଳିବ ନାହିଁ । ଏ ଘୋଷଣାର କିଛି ସମୟ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରିଥିଲେ ଓ କହିଥିଲେ ଚୀନ ପାଇଁ ଆମେରିକା ସମେତ ସାରା ବିଶ୍ୱର କ୍ଷତି ହେଉଛି ।

https://twitter.com/realDonaldTrump/status/1280116392990253056?s=20

ଆମେରିକା ହ୍ୱାଇଟ୍ ହାଉସର ମୁଖ୍ୟ ଅଧିକାରୀ ମାର୍କ ମେଡୋସ୍ କହିଛନ୍ତି ଯେ, ଚୀନକୁ ମନଇଚ୍ଛା କାମ କରିବାକୁ ଦିଆଯିବ ନାହିଁ । ଆମେରିକା ଦକ୍ଷିଣ ଚୀନ ସାଗରରେ ବିମାନ ବାହକ ଯୁଦ୍ଧ ଜାହାଜ ମୁତୟନ କରିଛି । ବିଶ୍ୱ ଜାଣୁ ଯେ ଆମେରିକା ପାଖରେ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ରହିଛି । ଚୀନ ଦକ୍ଷିଣ ଚୀନ ସାଗର ଓ ପୂର୍ବ ଚୀନ ସାଗରରେ ବିବାଦ ବଢାଉଛି ଓ ଦକ୍ଷିଣ ଚୀନ ସାଗରକୁ ନିଜର ବୋଲି ଦାବି କରୁଛି । ଏମିତିକି ଭିଏତନାମ, ଫିଲିପାଇନ୍ସ, ମାଲେସିଆ, ତାଇଓ୍ୱାନ ଆଦି ଦେଶକୁ ନିଜର ବୋଲି ଦାବି କରୁଛି । ଏହାର ପରିଣାମ ତାକୁ ଭୋଗିବାକୁ ପଡ଼ିବ ।

Leave a Reply

Your email address will not be published. Required fields are marked *