କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ AIIMS ରେ ହେଲେ ଭର୍ତ୍ତି : ଦୁଇ ଦିନ ତଳେ କରୋନା ରିପୋର୍ଟ ନେଗେଟିଭ ଆସିଥିଲା

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀ ସ୍ଥିତ AIIMS ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ତାଙ୍କର କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ମାତ୍ର ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବିଳମ୍ବିତ ରାତିରେ AIIMS ରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ ଅମିତ ଶାହଙ୍କୁ ବିଳମ୍ବିତ ରାତି ଅର୍ଥାତ ପ୍ରାୟ ରାତି ୨ ଟାରେ AIIMS କୁ ନିଆଯାଇଛି ଏବଂ ପୁରୁଣା ପ୍ରାଇଭେଟ୍ ୱାର୍ଡ଼ରେ ରଖାଯାଇଛି । AIIMS ର ନିର୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ନେତୃତ୍ଵରେ ଏକ ଟିମ୍ ତାଙ୍କ ଦେଖାଶୁଣା କରୁଥିବାବେଳେ ଶୁଣିବାକୁ ମିଳିଛି ଯେ ତାଙ୍କୁ ସାମାନ୍ୟ ଜ୍ଵର ହୋଇଥିଲା । ଫଳରେ ତାଙ୍କୁ ଆଡ଼ମିଟ୍ କରାଯାଇଛି ।

ତେବେ ଆଜିକୁ ଦୁଇ ଦିନ ତଳେ ଅଗଷ୍ଟ ୧୪ ତାରିଖ ଦିନ ଅମିତ ଶାହଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିଲା । ନିଜେ ଟ୍ଵିଟ କରି ସେ କହିଥିଲେ ଯେ ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ମୁଁ ଭଗବାନଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଯେଉଁମାନେ ମୋ ସୁସ୍ଥତା ପାଇଁ ଶୁଭକାମନା ଦେଇ ମୋତେ ଏବଂ ମୋ ପରିବାରଜନ ସାନ୍ତ୍ଵନା ବଢାଇଛନ୍ତି, ଆଶୀର୍ବାଦ ଦେଇଛନ୍ତି ସେ ସମସ୍ତଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ଆଉ କିଛି ଦିନ ଘରେ ଅଲଗା ରହିବି ।

https://twitter.com/AmitShah/status/1294234328151416833?s=20

ସୂଚନା ଥାଉ ଯେ ଅମିତ ଶାହ କରୋନାରେ ସଂକ୍ରମିତ ହେବା ପରେ ଏନେଇ ନିଜେ ଟ୍ଵିଟ କରିଥିଲେ । ପରେ ତାଙ୍କୁ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିଛିଦିନ ପାଇଁ । ସେଠାରୁ ବି ତାଙ୍କୁ ଛୁଟି ମିଳିଯାଇଥିଲା ଏବଂ ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ମାତ୍ର ଗତକାଲି ରାତିରେ ତାଙ୍କୁ ସାମାନ୍ୟ ଜ୍ଵର ହେବାରୁ ପୁଣିଥରେ ବିଳମ୍ବିତ ରାତିରେ AIIMS ରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *