ସଂସ୍କାର : ଜଣେ ଅଟୋଚାଳକଙ୍କ ଛାତିରେ ପଶି ପିଠିରେ ବାହାରିଲା ଲୁହା ରଡ୍। କିନ୍ତୁ ଭଗବାନଙ୍କ ଆଶିଷରୁ ତାର ଜୀବନ ବଂଚିଯାଇଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପଞ୍ଜାବର ଭଟିଣ୍ଡାରେ।
ସ୍ଥାନୀୟ ଲୋକଙ୍କ କହିବା ଆନୁଯାୟୀ, ପଞ୍ଜାବର ଭଟିଣ୍ଡାରେ ଜଣେ ଅଟୋ ଚାଳକ ଦୁର୍ଘଟଣାର ଶିକାର ହେବାପରେ ତାଙ୍କ ଛାତିରେ ଏକ ଚାରିଫୁଟ ଲମ୍ବର ଲୁହା ରଡ଼ ପଶି ପିଠି ବାଟେ ବାହାରି ଯାଇଥିଲା। ଅଟୋ ଚାଳକଙ୍କୁ ଏଭଳି ଗୁରୁତର ଅବସ୍ଥାରେ ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେଣେ ଡାକ୍ତର ଲୁହାରଡ଼କୁ କାଟି ତାଙ୍କର ଅସ୍ତ୍ରୋପଚାର କରିଥିଲେ।
ତେବେ ଭଟିଣ୍ଡାର ସେହି ଅଟୋ ଚାଳକଙ୍କ ନାମ ହରଦୀପ ସିଂହ। ସେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ରାସ୍ତାରେ ଲାଗିଥିବା ଏକ ଲୁହାରଡ଼ ଅଟୋ ଚାଳକଙ୍କ ବାମ ଛାତିରେ ପଶି ପିଠି ବାଟେ ବାହାରି ଯାଇଥିଲା। ଏହି ଦୁର୍ଘଟଣା କାରଣରୁ ଅଟୋ ଚାଳକଙ୍କ ଅଜସ୍ର ରକ୍ତସ୍ରାବ ହୋଇଥିଲା। ଅଟୋ ଚାଳକଙ୍କୁ ଏଭଳି ଅବସ୍ଥାରେ ଦେଖି ସ୍ଥାନୀୟ ଦୋକାନୀ ନିହାଲ ସିଂହ ଓ ଅନ୍ୟ ମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଅଟୋ ଚାଳକଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ହରଦୀପ ସିଂହଙ୍କୁ ଗୁରୁତର ଅବସ୍ଥା ଦେଖି ଡାକ୍ତର ତାଙ୍କର ତୁରନ୍ତ ଚିକିତ୍ସା ଜାରି କରିଥିଲେ। ଚିକିତ୍ସା ପରେ ହରଦୀପ ବିପଦରୁ ବାହାରି ଯାଇଛନ୍ତି ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।