ସାମ୍ନାକୁ ଆସିଲା କାବୁଲ ଆତ୍ମଘାତୀ ଆକ୍ରମଣର ଆଉ ଏକ ଭିଡ଼ିଓ ; ବିସ୍ଫୋରଣ ପରେ ପାଣି ଦେଖାଯାଇଥିଲା ଲାଲ୍

kabul-suicide-attack

ସଂସ୍କାର : ଆଫଗାନିସ୍ତାନର କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣର ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ବିସ୍ଫୋରଣରେ ୧୪୦ ରୁ ଅଧିକ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ପ୍ରାୟ ୧୫୦୦ ଜଣ ଆହତ ହୋଇଛନ୍ତି। ତେବେ ଏହି ସମୟରେ ବିସ୍ଫୋରଣ ପରର ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି।

ସେୟାର କରାଯାଉଥିବା ଭିଡିଓଟି ହେଉଛି ଏକ ଡ୍ରେନ ବା ନାଳର। ଏହି ବିସ୍ଫୋରଣରେ ମୃତ ଓ ଆହତ ହୋଇଥିବା ଲୋକମାନେ ଭରପୂର ହୋଇ ଏହି ଡ୍ରେନରେ ରହିଥିଲେ। ଏମାନେ ହାତ ଧରାଧରି ହୋଇ ପରସ୍ପରକୁ ନାଳରୁ ବାହାର କରୁଥିବାର ଦେଖାଯାଇଛି। ଅନ୍ୟପଟେ ଏହି ଡ୍ରେନ୍ ଟି ମୃତ ଦେହରେ ପରିପୂର୍ଣ୍ଣ ହୋଇଯାଇଛି ଏବଂ ଏହାର ଜଳ ମଧ୍ୟ ରକ୍ତ କାରଣରୁ ଲାଲ ହୋଇଯାଇଛି। ଏହି ଡ୍ରେନଟିକୁ ଦେଖିଲେ ଲାଗୁଚି ଯେ, ଏହା ଏକ ‘ରକ୍ତ ଡ୍ରେନ୍’।

ଟ୍ୱିଟରରେ ଦାବି କରାଯାଉଛି ଯେ ଏହି ଭିଡିଓଟି କାବୁଲ ବିମାନବନ୍ଦରରେ ଆତ୍ମଘାତୀ ଆକ୍ରମଣ ପରର ଭିଡ଼ିଓ। ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ସମଗ୍ର ପରିବାର ବିନାଶ ହୋଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉତ୍ତାପରୁ ରକ୍ଷା ପାଇବା ପାଇଁ କିଛି ଲୋକ ଆଣ୍ଠୁଏ ଜଳ ଥିବା ଡ୍ରେନରେ ଠିଆ ହୋଇଥିଲେ। ଠିକ ସେହି ସମୟରେ ଅନେକ ଆକ୍ରମଣକାରୀ ଆସି ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନଙ୍କ ଉପରେ ବୋମା ମାଡ଼ କରିଥିଲେ ବୋଲି ସୂଚନା ରହିଛି। ଏହା ପରେ ଦେଖୁ ଦେଖୁ ମୃତଦେହ ପାଣିରେ ମିଶିଗଲା। ଆଉ ପାଣିର ରଙ୍ଗ ଲାଲ ହୋଇଗଲା। ଅନ୍ୟପଟେ ଯେଉଁମାନେ ବିମାନରେ ଦେଶ ଛାଡିବାକୁ ଆଶା କରୁଥିଲେ ସେମାନେ କିଛି ସମୟ ପରେ ଆମ୍ବୁଲାନ୍ସରେ ଯାଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ।

Leave a Reply

Your email address will not be published. Required fields are marked *