ବିଜେଡ଼ି ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ବଡ଼ ଅଭିଯୋଗ : ଗଣମାଧ୍ୟମ ଚ୍ୟାନେଲରେ ଘୁରିବୁଲୁଛି ତାଙ୍କ ଅଶ୍ଳୀଳ ଭିଡ଼ିଓ

ବିଜେଡ଼ି ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଦେଶର ସର୍ବକନିଷ୍ଠ ସାଂସଦ । ସେ ତାଙ୍କର ଜାଲିଆତି କରି ଅଶ୍ଳୀଳ ଭିଡ଼ିଓ ପ୍ରସାରଣ ପ୍ରସଙ୍ଗକୁ ନେଇ ଲୋକସଭା ବାଚସ୍ପତିଙ୍କ ନିକଟରେ ଗୁହାରି କରିଛନ୍ତି । OTV ଚ୍ୟାନେଲ ଏଭଳି ଭିଡ଼ିଓ ପ୍ରସାରଣ କରିଥିବା ନେଇ ସାଂସଦ ମୁର୍ମୁ ଅଭିଯୋଗ କରିଛନ୍ତି । OTV ର ମାଲିକାନା ଜଗି ମଙ୍ଗତ ପଣ୍ଡାଙ୍କ ହାତରେ ଅଛି ଯିଏ କି ଭଜପାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ଜୟ ପଣ୍ଡାଙ୍କ ପତ୍ନୀ । ଜୟ ପଣ୍ଡା ଏକଦା ବିଜୁ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟମାନଙ୍କ ଭିତରୁ ଜଣେ ଥିଲେ ।

ବିଜେଡି ସାଂସଦ ମୁର୍ମୁ ଚ୍ୟାନେଲର ସାମ୍ବାଦିକଙ୍କୁ ତାଙ୍କର ମର୍ଫେଡ୍ ଚିତ୍ର ଏବଂ ଭିଡ଼ିଓ ପ୍ରସାରଣ କରିଥିବା ଅଭିଯୋଗ କରିଛନ୍ତି । ଏହି ମାମଲାରେ ଚ୍ୟାନେଲର ଜଣେ ସାମ୍ବାଦିକଙ୍କୁ ତେଣୁ ଗିରଫ କରାଯାଇଛି । ଚ୍ୟାନେଲ କହିଛି ଯେ ଏହା ରାଇଜ ମୁଖିଆ ନବୀନ ପଟ୍ଟନାୟକ ସରକାରଙ୍କ ଭୁଲ୍ ପରିଚାଳନା ଏବଂ ବନ୍ୟା ପରିସ୍ଥିତିର ଖବର ଦେଖାଇବା ପାଇଁ ଟାର୍ଗେଟ କରାଯାଇଛି ।

କେନ୍ଦୁଝରରୁ ବିଜେଡ଼ି ଲୋକସଭା ସାଂସଦ ଚନ୍ଦ୍ରାଣୀ OTV ବିରୋଧରେ ଅଧିକାରର ଉଲ୍ଲଂଘନ ପ୍ରସ୍ତାବ ଦେଇ ବାଚସ୍ପତି ଓମ ବିର୍ଲାଙ୍କୁ ନୋଟିସ ପଠାଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଚ୍ୟାନେଲଟି ଅକ୍ଟୋବର ୧୫ ତାରିଖରୁ ଲଗାତାର ଅନେକ ନକଲି କାର୍ଯ୍ୟକ୍ରମ ପ୍ରସାରଣ କରିଚାଲିଛି । ମୁର୍ମୁ ଆହୁରି ମଧ୍ୟ କହିଛନ୍ତି ଯେ OTV ସାମ୍ବାଦିକ ତଥା ଅନ୍ୟମାନେ ତାଙ୍କୁ ବଦନାମ କରିବା ତଥା ମାନସିକ ନିର୍ଯ୍ୟାତନା ଦେବା ଉଦ୍ଦେଶ୍ୟରେ ଟାମ୍ପରିଂ ଦ୍ୱାରା ନିର୍ମିତ ଏକ ଭିଡ଼ିଓ ଭାଇରାଲ କରିଛନ୍ତି । ଅକ୍ଟୋବର ୧୫ ରେ ଓଡ଼ିଶା ପୋଲିସ ଏହି ମାମଲାରେ ରମେଶ ରଥଙ୍କୁ ଗିରଫ କରିଥିଲା ।

କିନ୍ତୁ OTV ଚ୍ୟାନେଲ କହିଛି ଯେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବନ୍ୟା ପରିସ୍ଥିତିକୁ ନେଇ ବିମାନ ସର୍ଭେ ଖବର ପ୍ରସାରଣ କରିବା ପରେ ହିଁ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । RTI ଅଧୀନରେ ଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏୟାର ସର୍ଭେ ମାତ୍ର ୧୯ ମିନିଟ୍ ଥିଲା ବୋଲି ଜଣାପଡ଼ିଛି । ଏପଟେ ଜୟ ପଣ୍ଡା ଏକ ଟ୍ଵିଟ୍‌ କରି କହିଛନ୍ତି ଯେ ଓଡ଼ିଶାରେ କୋଭିଡ଼-୧୯ ପାଇଁ କେନ୍ଦ୍ର ଦେଇଥିବା କୋଟି କୋଟି ଟଙ୍କାର ହେରଫେର ଚାଲିଛି । ଏସବୁର ପର୍ଦ୍ଦାଫାଶ କଲାବେଳକୁ ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ ଟାର୍ଗେଟ କରୁଛନ୍ତି ।

Leave a Reply

Your email address will not be published. Required fields are marked *