ସ୍କୁଲରୁ ଫେରୁଥିବା ୬ ଟି ଛୁଆଙ୍କ ଉପରେ ଚଢିଗଲା ଇନୋଭା କାର : ଏକସଙ୍ଗେ ଉଠିଲା ୫ କୋକେଇ

ରାଜସ୍ଥାନ ଜାଲୋର ଜିଲ୍ଲାର କରଡ଼ା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଯେଉଁଆଡ଼େ ବି ଦେଖିଲେ କାନ୍ଦିବା ଏବଂ ଚିତ୍କାର କରିବାର ଶବ୍ଦ ଶୁଭୁଚି । ବୁଧବାର ଦିନ ଏକ ଇନୋଭା କାର କରଡ଼ା-ରାନିୱାଡ଼ା ରାସ୍ତା କଡ଼ ଦାନ୍ତୱାଡ଼ାରେ ୬ ଟା ପିଲାଙ୍କୁ ଦଳିଥିଲା । ସେଥିମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଡାକ୍ତରଖାନାରେ ଚିକିତ୍ସା ହେଉଛି ।

ଏହି ଯନ୍ତ୍ରଣାଦାୟକ ଦୁର୍ଘଟଣା ପରେ ସମଗ୍ର ଗାଁରେ ନୀରବତା ଦେଖାଦେଇଛି । ଗାଁରେ ଘରମାନଙ୍କରେ ଚୁଲି ବି ଜଳି ନଥିଲା । ଗୁରୁବାର ଦିନ ସମସ୍ତ ମୃତ ୫ ଜଣଙ୍କୁ ଶବଦାହ କରାଯାଇଛି । ଯେତେବେଳେ ଗାଁରୁ ୫ ଟି ଛୁଆଙ୍କର କୋକେଇ ପରିବାର ସଦସ୍ୟଙ୍କ ଦାବି ଯେ ଯିଏ ବି ତାଙ୍କ ପିଲାଙ୍କୁ ଏମିତି କାର ତଳେ ମକଚି ଦେଇଛି ସେମାନଙ୍କୁ କହିଛନ୍ତି ଦଣ୍ଡ ଦିଆଯିବା ଆବଶ୍ୟକ ।

ବାସ୍ତବରେ, ଜାଲୋର ଜିଲ୍ଲାରେ ନିଶା ଖାଇବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି ଏବଂ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ମଦ ନିଶାରେ ଚୁର୍ ମଦୁଆ ସ୍କୁଲରୁ ଫେରୁଥିବା ଛୋଟ ଛୋଟ ଛୁଆଙ୍କୁ ତା ଶିକାର ବନେଇଲା । ଅତି ନିର୍ଦ୍ଦୟ ଭାବରେ ୫ ଟା ଛୁଆଙ୍କୁ ରାସ୍ତାରେ ଦଳି ଚକଟି ଦେଇ କୁଆଡ଼େ ଫେରାର ହେଇଗଲା । ତେବେ ପୋଲିସ ଅଭିଯୁକ୍ତକୁ ଧରି ଗିରଫ କରିଛି ।

ଜାଲୋରରେ ଘଟିଥିବା ଏହି ଯନ୍ତ୍ରଣାଦାୟକ ଘଟଣା ଯୋଗୁଁ ସମଗ୍ର ଜିଲ୍ଲାରେ ଭୟ ଖେଳିଯାଇଛି । ଘଟଣାର ସୂଚନା ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ପୂର୍ବତନ ମୁଖ୍ୟ ସଚେତକ ରତନ ଦେୱାସି କହିଛନ୍ତି ଯେ ସମସ୍ତ ସମ୍ଭାବ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ପୋଲିସର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ଦେୱାସି କହିଛନ୍ତି ଯେ ଜିଲ୍ଲାରେ ମଦ ପିଇବା ମାତ୍ରା ବଢି ଯାଇଛି । ଏହାସହିତ ବଢିଛି ତମାମ ପ୍ରକାରର ନିଶା ଦ୍ରବ୍ୟ ଯେଉଁଥିରେ ଲଗାମ ଲଗାଇବା ଜରୁରୀ ହେଇପଡ଼ିଛି ।

କଠୋର ଶବ୍ଦରେ ଦେୱାସି କହିଛନ୍ତି ଆହୁରି ବି କହିଛନ୍ତି ଯେ ଯଦି ମୃତକଙ୍କ ପରିବାରକୁ ଉଚିତ ନ୍ୟାୟ ମିଳିଲା ତେବେ ସ୍ଥାନୀୟ ପୋଲିସର ବିରୋଧରେ ସ୍ଲୋଗାନ ଦେବା ସହିତ ଧାରଣା ବି ଦିଆଯିବ ।

Leave a Reply

Your email address will not be published. Required fields are marked *