ଜଣେ ବ୍ୟକ୍ତି ଓଲଟା ମୁଣ୍ଡ ନେଇ ଜନ୍ମ ହୋଇଥିଲେ, ଡାକ୍ତର କହିଥିଲେ ଅନ୍ୟୁନ ୨୪ ଘଣ୍ଟାର ସେ ଅତିଥି : ମାତ୍ର ୪୪ ବର୍ଷ ପରେ ସେ ଜଣେ ସଫଳ …

ଯଦି ମନରେ ଦୃଢ ଇଚ୍ଛା ଶକ୍ତି ଏବଂ ଉତ୍ସାହ ଥାଏ, ତେବେ ଜଣେ ବ୍ୟକ୍ତି ଯେତେ ଅସୁବିଧା ହେଉନା କାହିଁକି, ନିଜ ଲକ୍ଷ୍ୟ ପଥରେ ଆଗେଇ ଚାଲେ, ପଦକ୍ଷେପ ନେବା ବନ୍ଦ କରେନା । ସେହିପରି ଏକ କାହାଣୀ ହେଉଛି ବ୍ରାଜିଲର ଜଣେ ବ୍ୟକ୍ତିଙ୍କର । ଏହି ବ୍ୟକ୍ତି ଜଣକ ଜନ୍ମ ହେଲାବେଳେ ଓଲଟା ମୁଣ୍ଡ ନେଇ ଜନ୍ମ ହୋଇଥିଲେ । ତାଙ୍କ ଜନ୍ମ ସମୟରେ ଡାକ୍ତରମାନେ କହିଥିଲେ ଯେ ସେ କାଳେ ୨୪ ଘଣ୍ଟାରୁ ଅଧିକ ସମୟ ବଞ୍ଚିପାରିବେ ନାହିଁ । କିନ୍ତୁ ଆଜି ତାଙ୍କର ଦୃଢ ଉଦ୍ଦେଶ୍ୟ ହେତୁ ସେ ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିବାରେ ସଫଳ ହୋଇପାରିଛନ୍ତି ।

ରିପୋର୍ଟ ଅନୁସାରେ କ୍ଲାଉଡିଓ ଭେରା ଦେ ଅଲିଭାଇରା ନାମକ ବ୍ୟକ୍ତି ଜଣକ ବ୍ରାଜିଲର ମୋଣ୍ଟେ କାର୍ଲୋରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ସମୟରେ କ୍ଲାଉଡିଓଙ୍କ ମୁଣ୍ଡ ଓଲଟା ଥିବା ସହିତ ପୁରା ଶରୀର ବି ମୋଡ଼ି ହୋଇଥିଲା । ଡାକ୍ତରମାନେ ସେ ଯେ ୨୪ ଘଣ୍ଟାରୁ ଅଧିକ ସମୟ ଜୀବିତ ରହିବେ ଏ ଆଶା ଡାକ୍ତରମାନଙ୍କର ବି ନଥିଲା । କିନ୍ତୁ ସମସ୍ତ ଅସୁବିଧାକୁ ପରାସ୍ତ କରି କ୍ଲାଉଡିଓ ବର୍ତ୍ତମାନ ଏକ ସଫଳ ଆକାଉଣ୍ଟାଣ୍ଟ ତଥା ମୋଟିଭେସନାଲ୍ ସ୍ପିକର ଭାବରେ ନିଜର ପରିଚୟ ଗଠନ କରିପାରିଛନ୍ତି । କ୍ଲାଉଡିଓଙ୍କ ମା’ କହିଛନ୍ତି ଯେ ସେ ପିଲାଦିନରୁ ତାଙ୍କୁ ଅନ୍ୟ ସାଧାରଣ ପିଲାଟିଏ ପରି ଦେଖୁଥିଲେ ଏବଂ ତାଙ୍କୁ ନିଜେ ଜୀବନଯାପନ କରିବାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଥିଲେ ।

କ୍ଲାଉଡିଓ ନିଜ ଜୀବନକୁ ନିଜେ ଗଢିଲେ ଯେଉଁଥିରେ ତାଙ୍କ ମା’ଙ୍କର ପୂର୍ଣ୍ଣ ସହଯୋଗ ରହିଲା । ସେ ଟିଭି ଦେଖନ୍ତି, ଫୋନ୍ ଚଲାନ୍ତି ଏବଂ ସାଧାରଣ ମଣିଷ କରିପାରୁଥିବା ସମସ୍ତ କାର୍ଯ୍ୟ କରନ୍ତି । କ୍ଲାଉଡିଓଙ୍କ ସଫଳତା ସମସ୍ତଙ୍କ ପାଇଁ ଏକ ବିରାଟ ଉଦାହରଣ, ଯେଉଁମାନେ ଛୋଟ ସମସ୍ୟାରୁ ଭୟଭୀତ ହୁଅନ୍ତି ଏବଂ ସେମାନଙ୍କ ଜୀବନ ଶେଷ କରିବା ପରି ଚରମ ଡ଼ ପଦକ୍ଷେପ ନିଅନ୍ତି ।

Leave a Reply

Your email address will not be published. Required fields are marked *