ଦୁନିଆରେ ଅନେକ ସ୍ଥାନ ଅଛି, ଯେଉଁଠାରେ ଅନେକ ଅଜବ ଅଜବ ଜିନିଷ ଦେଖିବାକୁ ମିଳେ । ସେହିପରି ଏକ ଅଦ୍ଭୁତ ଗାଁ ହେଉଛି ସ୍ପିଲପ୍ଲାଟଜ୍ । ଏହି ଗାଁ ବିଷୟରେ ଶୁଣିଲେ ଆପଣ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହୋଇଯିବେ । ଆପଣ ଏପରି ଏକ ସ୍ଥାନ ବିଷୟରେ ଶୁଣିଛନ୍ତି ଯେଉଁଠାରେ ସମସ୍ତେ ବିନା ପୋଷାକରେ ରୁହନ୍ତି ! ଏମିତି ନୁହେଁ ଯେ ସେମାନେ ସମସ୍ତେ ଗରିବ କିମ୍ବା ପିନ୍ଧିବାକୁ ପୋଷାକ ପାଉ ନାହାନ୍ତି । ପରନ୍ତୁ ଏହା ସେମାନଙ୍କର ଏକ ଏକ ପୁରୁଣା ପରମ୍ପରା ।
ଆଜ୍ଞା ହଁ, ବ୍ରିଟେନର ଏକ ସିକ୍ରେଟ୍ ଗାଁ ଯେଉଁଠାରେ ଲୋକମାନେ ବର୍ଷ ବର୍ଷ ଧରି ବିନା ପୋଷାକରେ ରୁହନ୍ତି । ମୌଳିକ ସୁବିଧାଗୁଡ଼ିକର ଅଭାବ ନାହିଁ ସେଠାରେ । ମାତ୍ର ଯେଉଁମାନେ ପରମ୍ପରା ଏବଂ ବିଶ୍ୱାସକୁ ଅନୁସରଣ କରନ୍ତି ସେମାନେ ବିନା ପୋଷାକରେ ରୁହନ୍ତି ।

ମିରର୍ ଡଟ୍ କମ୍ ରେ ପ୍ରକାଶିତ ଖବର ଅନୁଯାୟୀ, ହର୍ଟଫୋର୍ଡଶାୟାରର ସ୍ପିଲପ୍ଲାଟଜ୍ ଗାଁରେ କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ପିଲାମାନେ ମଧ୍ୟ ବିନା ପୋଷାକରେ ରୁହନ୍ତି । ହର୍ଟଫୋର୍ଡଶାୟାରର ଏହି ଗାଁ ବ୍ରିଟେନର ସର୍ବ ପୁରାତନ ବସତିରୁ ଗୋଟିଏ । ଏଠାରେ କେବଳ ଭଲ ଘର ନୁହେଁ, ବିଳାସପୂର୍ଣ୍ଣ ସୁଇମିଂ ପୁଲ, ଲୋକଙ୍କ ପିଇବା ପାଇଁ ବିୟର ଭଳି ସୁବିଧା ମଧ୍ୟ ଅଛି । ଦୀର୍ଘ ୯୦ ବର୍ଷରୁ ଅଧିକ ସମୟ ଧରି ଲୋକମାନେ ଏଠାରେ ଏହିପରି ହିଁ ରହୁଛନ୍ତି ।
ସମଗ୍ର ବିଶ୍ୱରେ ଅନେକେ ଏହି ଗାଁ ଉପରେ ବହୁତ ଡକ୍ୟୁମେଣ୍ଟାରୀ ଏବଂ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି । ପଡ଼ୋଶୀ, ପୋଷ୍ଟମ୍ୟାନ୍ ଏବଂ ଦୋକାନ ବଜାର ବିତରଣ ଲୋକ ପ୍ରାୟତଃ ଏଠାକୁ ଆସନ୍ତି । ଏ