ବିଶ୍ଵର ଚର୍ଚ୍ଚିତ ଏମିତି ଏକ ସ୍ଥାନ ଅଛି ଯେଉଁଠି ପର୍ଯ୍ୟଟକଙ୍କ ଭିଡ଼ ଲାଗୁଛି, ମହିଳାଙ୍କ ଅନ୍ତବସ୍ତ୍ର ‘ବ୍ରା’ ପାଇଁ …

ପର୍ଯ୍ୟଟନ ସ୍ଥଳୀ କହିଲେ ସାଧାରଣରେ ବୁଝାଯାଏ ପ୍ରକୃତି ସୌନ୍ଦର୍ଯ୍ୟରେ ଭରପୁର ସ୍ଥାନ । ହେଲେ ଏହା ଏକ ଏମିତି ପର୍ଯ୍ୟଟନ ସ୍ଥଳ ଯେଉଁଠି ମହିଳାଙ୍କ ଅନ୍ତବସ୍ତ୍ର ‘ବ୍ରା’ ପାଇଁ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ପାଲଟିଛି । ନ୍ୟୁଜିଲ୍ୟାଣ୍ଡର କାର୍ଡ୍ରୋନା ସହର । ଆଜ୍ଞା ହଁ, ଏଠାକୁ ପର୍ଯ୍ୟଟକ ଭିଡ଼ ଛୁଟେ । ଲୋକମାନେ ଏଠାରେ ଅତି ଉତ୍ସାହର ସହିତ ଫଟୋ କ୍ଲିକ୍ କରନ୍ତି ଏବଂ ମହିଳାମାନେ ମଧ୍ୟ କଲେକସନ ପାଇଁ ନିଜ ‘ବ୍ରା’ ଛାଡିଥା’ନ୍ତି ।

ସୂଚନାଥାଉ ଯେ ନ୍ୟୁଜିଲ୍ୟାଣ୍ଡର ଏହି ସ୍ଥାନ ‘ବ୍ରା ଫେନ୍ସ’ ଭାବରେ ପ୍ରସିଦ୍ଧି ଲାଭ କରିଛି ଏବଂ ଏଠାକୁ ହଜାର ହଜାର ଲୋକ ଦେଶ ବିଦେଶରୁ ମଧ୍ୟ ବୁଲି ଆସିଥାନ୍ତି । ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ସ୍ଥାନକୁ କେହି ପର୍ଯ୍ୟଟନ ସ୍ଥଳ କରିନାହାନ୍ତି, ବରଂ ନିଜର ସ୍ୱତନ୍ତ୍ରତା ହେତୁ ହଠାତ୍ ଏହା ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଯାଇଛି ।

ଖବର ମୁତାବକ ନୂଆବର୍ଷ ଦିନ ଏହି ସହରର ଗୋଟିଏ ଚାଷ ଜମିରେ ଗୋଟିଏ ବାଡ଼ରେ ମାତ୍ର ୪ଟି ବ୍ରା ଟଙ୍ଗା ହୋଇଥିଲା ଯାହା ପରେ ସ୍ଥାନଟି ଲାଇମଲାଇଟ୍ ଭିତରକୁ ଆସିଥିଲା ​​। କୁହାଯାଉଛି ଯେ ସ୍ଥାନୀୟ ହୋଟେଲରେ ନୂଆବର୍ଷ ଉତ୍ସବ ପାଳନ କରି ଘରକୁ ଫେରୁଥିବା ୪ ଜଣ ମହିଳା ସେମାନଙ୍କ ବ୍ରା କାଢି ବାଡ଼ରେ ଟାଙ୍ଗି ଥିଲେ । ଏହା ପରେ ବାଡ଼ରେ ବ୍ରା’ର ଏକ ଲମ୍ବା ଧାଡ଼ି ଆରମ୍ଭ ହେଲା ।

ହଠାତ୍ ଏହି ସ୍ଥାନରେ ମହିଳାଙ୍କ ବ୍ରା’ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଏହି ସ୍ଥାନ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ସବୁଠାରୁ କୌତୁହଳର ବିଷୟ ହେଉଛି ଯେ ଏହି ସ୍ଥାନରେ ସମଗ୍ର ବିଶ୍ୱର ବ୍ରା ଟାଙ୍ଗି ଦିଆଯାଇଛି ।

Leave a Reply

Your email address will not be published. Required fields are marked *