ନିର୍ବାଚନ ପାଇଁ ହେବାକୁ ଥିବା ମତଦାନ ପୂର୍ବରୁ ଜବତ ହେଲା ନଗଦ ୪୨୮ କୋଟି ଟଙ୍କା ସହିତ ସୁନା-ରୂପା

ଆସନ୍ତାକାଲି ତାମିଲନାଡୁ ନିର୍ବାଚନ ପାଇଁ ମତଦାନ ହେବ । ହେଲେ ଏହାପୂର୍ବରୁ ହିଁ ରାଜ୍ୟରୁ ଜବତ ହେଲାଣି ସମୁଦାୟ ନଗଦ ୪୨୮ କୋଟି ଟଙ୍କା । କେବଳ ସେତିକି ନୁହେଁ ଏହାସହିତ ସୁନା ଏବଂ ରୂପା ମଧ୍ୟ ଜବତ ହୋଇଛି ବୋଲି ନିର୍ବାଚନ ଆୟୋଗ ତରଫରୁ ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଜବତ ହୋଇଥିବା ଜିନିଷ ମଧ୍ୟରେ ରହିଛି ନଗଦ ୨୨୫.୫ କୋଟି ଟଙ୍କା ଏବଂ ୧୭୬.୧୧ କୋଟି ମୂଲ୍ୟର ସୁନା-ରୂପା ।

ତେବେ ଆଗକୁ ନିର୍ବାଚନ ଥିବା ହେତୁ ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ସପ୍ତାହ ଧରି ଚଢ଼ଉ ଚାଲିଥିଲାବେଳେ ରାଜଧାନୀ ଚେନ୍ନାଇର କିଛି ସ୍ଥାନରୁ ନଗଦ ଟଙ୍କା ତଥା ସୁନା-ରୂପା ଜବତ ହୋଇଛି । ଏମିତିକି ଚଢ଼ଉ ସମୟରେ ମଦ ମଧ୍ୟ ଜବତ ହୋଇଥିବା ଜଣାପଡ଼ିଛି ।

ଏହି ଚଢ଼ଉ ରାତି କିମ୍ବା ବଡ଼ି ସକାଳୁ କରାଯାଇଥିଲା । ତେବେ ଗତ ୨୪ ଘଣ୍ଟା ଭିତରେ ବିପୁଳ ପରିମାଣର ଟଙ୍କା ସହିତ ସୁନା-ରୂପା ଜବତ ହୋଇଛି । ନିର୍ବାଚନ ଆୟୋଗ ବିଜ୍ଞପ୍ତି ଅନୁସାରେ, ମତଦାନ ପୂର୍ବ ୭୨ ଘଣ୍ଟା ଖର୍ଚ୍ଚ ଦୃଷ୍ଟିକୋଣରୁ ବହୁତ ସମ୍ବେଦନଶୀଳ ଯେଉଁଥିପାଇଁ ସିଏପିଏଫ ସହ ମିଳିତ ଭାବେ ୨୪ ଘଣ୍ଟା ନଜର ରଖାଯାଇଥିଲା ।

Leave a Reply

Your email address will not be published. Required fields are marked *