ଆମେରିକାର ହୁଷ୍ଟନ୍ରେ ଥିବା ବାଣିଜ୍ୟ ଦୂତାବାସ (consulate) ବନ୍ଦ ହୋଇଥିବାରୁ ଚୀନ୍ ଆମେରିକାର ଚେଙ୍ଗଦୁ ରେ ଥିବା କନସୁଲେଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି। ଚୀନ୍ର ବୈଦେଶିକ ମନ୍ତ୍ରଣାଳୟ ଶୁକ୍ରବାର ଏହି ନିର୍ଦ୍ଦେଶ ଜାରି କରି ଏହାକୁ ନିଶ୍ଚିତ କରିଛି।
ଚେଙ୍ଗଦୁ ରେ ଥିବା ଆମେରିକୀୟ କନସୁଲେଟ୍ ଚାଇନାର ଅନେକ ପ୍ରଦେଶର କାର୍ଯ୍ୟକାରିତାକୁ ତଦାରଖ କରେ, ଖବର ଅନୁଯାୟୀ, ହ୍ୟୁଷ୍ଟନରେ ଚୀନ୍ କୂଟନୈତିକ ସୁବିଧାକୁ ବାଧ୍ୟତାମୂଳକ ଭାବେ ବନ୍ଦ କରିବା ବଦଳରେ ବେଜିଂରେ ଥିବା ଆମେରିକାର କନସୁଲେଟ୍ ବନ୍ଦ କରିବାକୁ ପ୍ରସ୍ତୁତ ହୋଇସାରିଛି।
ଏଥି ସହିତ ବେଜିଂ ଆମେରିକା-ଚୀନ୍ ସମ୍ପର୍କର ତିକ୍ତତା ପାଇଁ ହ୍ୟୁଷ୍ଟନରେ ଥିବା ଚାଇନାର କନସୁଲେଟକୁ ତୁରନ୍ତ ବନ୍ଦ କରିବାକୁ ଆମେରିକା ଦେଇଥବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାକୁ ଦାବି କରିଛି,ବୁଧବାର ଦିନ ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ କହିଛନ୍ତି ଯେ ଚୀନ୍ର ହ୍ୟୁଷ୍ଟନ୍ କନସୁଲେଟ୍ ଗୁପ୍ତଚରର ଏକ ଗଡ଼ରେ ପରିଣତ ହୋଇଥିଲା ।
ପମ୍ପିଓ କହିଛନ୍ତି ଯେ ଏହି ସପ୍ତାହରେ ଆମେ ହ୍ୟୁଷ୍ଟନରେ ଥିବା ଚାଇନାର କନସୁଲେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛୁ କାରଣ ଏହା ଗୁପ୍ତଚର ତଥା ବୈଦ୍ଧିକ ସମ୍ପତ୍ତି ଚୋରୀ କରିବାର ଆଧାର ପାଲଟି ଯାଇଥିଲା । ସେ କହିଛନ୍ତି ଯେ ଚୀନ୍ ଆମର ବୈଦ୍ଧିକ ସମ୍ପତ୍ତି ଏବଂ ବାଣିଜ୍ୟ ଟ୍ରେଡ଼ ଚୋରି କରିଛି, ଯେଉଁଥିପାଇଁ ଲକ୍ଷ ଲକ୍ଷ ଆମେରିକୀୟ ନାଗରିକ ଚାକିରି ମଧ୍ୟ ହରାଇଛନ୍ତି।
ଚୀନ୍ ରାଜ୍ୟ ଗଣମାଧ୍ୟମ ଏହି ପ୍ରସଙ୍ଗରେ ଏହାର ସମ୍ପାଦକୀୟରେ କହିଛନ୍ତି ଯେ ଆମେରିକାରେ ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଚୀନ୍ ବିରୋଧରେ କଠୋର ପଦକ୍ଷେପ ନେବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହା ଏକ ନୂତନ ପଦକ୍ଷେପ। ଏହାକୁ ନିନ୍ଦା କରି ଚୀନ୍ ଏହାକୁ ଅପମାନଜନକ ବୋଲି କହିଛି ଏବଂ ଯଦି ଏହି ନିଷ୍ପତ୍ତି ପ୍ରତ୍ୟାହାର ନକରାଯାଏ ତେବେ ଏହାର ଦୃଢ ଜବାବ ଦିଆଯିବ ବୋଲି କୁହାଯାଉଛି।