ଅପ୍ରେଲ ୧ ତାରିଖରୁ ଲାଗୁ ହେବ ନୂଆ ନିୟମ : ଏହି ସହରକୁ ଯିବା ପାଇଁ ଜରୁରୀ କୋଭିଡ଼ ନେଗେଟିଭ ପ୍ରମାଣପତ୍ର

ଦେଶକୁ ଫେରୁଛି କରୋନା ମହାମାରୀର ଦ୍ୱିତୀୟ ଲହର । ମହାରାଷ୍ଟ୍ର, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦି ରାଜ୍ୟରେ କ୍ରମାଗତ ଆକ୍ରାନ୍ତଙ୍କ ସଂଖ୍ୟା ବଢିବଢି ଚାଲିଛି । ଫଳରେ ଏକାଧିକ ରାଜ୍ୟରେ କଟକଣା ଲଗିବା ଆରମ୍ଭ ହୋଇଯାଇଛି । ଏହି କ୍ରମରେ କର୍ଣ୍ଣାଟକ ସରକାର ତା ରାଜଧାନୀ ବେଙ୍ଗଲୁରୁକୁ ପ୍ରବେଶ ପାଇଁ ଜାରି କରିଛି ନୂଆ ନିୟମ । ବାହାର ରାଜ୍ୟରୁ ବେଙ୍ଗଲୁରୁ ଆସୁଥିଲେ ସାଙ୍ଗରେ କରୋନା ଟେଷ୍ଟର ନେଗେଟିଭ ରିପୋର୍ଟ ଥିବା ଜରୁରୀ ।

ତେବେ ମନ୍ତ୍ରୀ କେ. ସୁଧାକର ଦେଇଥିବା ସୂଚନା ଅନୁସାରେ ଯଦି ରାଜ୍ୟ ବାହାରୁ କେହି ବେଙ୍ଗଲୁରୁ ସହରକୁ ଆସୁଥାନ୍ତି ସେମାନଙ୍କ ପାଖରେ କୋଭିଡ଼ ନେଗେଟିଭ ପ୍ରମାଣପତ୍ର ଥିବା ବାଧ୍ୟତାମୂଳକ । ଏହାସହିତ ଟେଷ୍ଟ ଆରଟି-ପିସିଆର ପଦ୍ଧତିରେ ହେବା ଆବଶ୍ୟକ । ଅପ୍ରେଲ ୧ ତାରିଖରୁ ଏହି ନୂଆ ନିୟମ କାର୍ଯ୍ୟକାରୀ ହେବ ।

ମନ୍ତ୍ରୀ କେ. ସୁଧାକର କହିଛନ୍ତି ଯେ ବୁଧବାର ଦିନ ବେଙ୍ଗଲୁରୁରେ ୧୪୦୦ ପଜିଟିଭ ମାମଲା ଚିହ୍ନଟ ହୋଇଥିଲା । ଏହା ଗତ ୪ ମାସ ମଧ୍ୟରେ ସର୍ବାଧିକ ଥିଲା । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସୃଷ୍ଟି କରିବା ଆରମ୍ଭ କରିଥିବା ବେଳେ ରାଜ୍ୟ ବାହାରୁ ବେଙ୍ଗାଲୁରୁକୁ ଆସୁଥିବା ଲୋକଙ୍କ ପାଇଁ ଏହା ଘଟୁଛି ବୋଲି ଜଣାପଡ଼ିଛି ।

ସୂଚନାଥାଉ ଯେ ଏହା ପୂର୍ବରୁ ମହାରାଷ୍ଟ୍ର, ପଞ୍ଜାବ, କେରଳ ଏବଂ ଚଣ୍ଡିଗଡ଼ରୁ ବେଙ୍ଗାଲୁକୁ ଆସୁଥିବା ଲୋକଙ୍କ ପାଇଁ କୋଭିଡ୍‌ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ଥିଲା । ମାତ୍ର ଅପ୍ରେଲ ୧ ତାରିଖରୁ ସବୁ ରାଜ୍ୟ ପାଇଁ ଏହି ନିୟମ ଲାଗୁ ହେବାକୁ ଯାଉଛି । ଏହାସହିତ କରୋନା ଆକ୍ରାନ୍ତଙ୍କ ହାତରେ ଷ୍ଟାମ୍ପ ଲଗାଯିବ ବୋଲି ମଧ୍ୟ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *