ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜୁଛନ୍ତି ବୋହୂ , ଯଦି ଏମିତି ହୁଏ ତାହାଲେ , ମନୋନୀତ ବ୍ୟକ୍ତିଙ୍କୁ ମିଳିବ ୭୨ ହଜାର ଟଙ୍କା….

ସଂସ୍କାର :- ଶାଶୁଙ୍କ ପାଇଁ ବୟଫ୍ରେଣ୍ଡ ଖୋଜା। ଆଉ ଏହାର ଦାୟିତ୍ୱ ନେଇଛନ୍ତି ସ୍ୱୟଂ ବୋହୁ। ଏକଥାଟି ଅଜବ ଲାଗୁଥିଲେ ବି ସତ। ନିକଟରେ ଏକ ବୋହୂ ତାଙ୍କ ଶାଶୁଙ୍କ ପାଇଁ ପ୍ରେମିକ ବା ବୟଫ୍ରେଣ୍ଡ ଖୋଜିବା ପାଇଁ ଅନଲାଇନରେ ଏକ ବିଜ୍ଞାପନ ପୋଷ୍ଟ କରିଥିଲେ, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି |

ଆମେରିକାରେ ରହୁଥିବା ଜଣେ ମହିଳା , ନିଜ ଶାଶୁଙ୍କୁ ପାଇଁ ଏକ ବୟଫ୍ରେଣ୍ଡ ଖୋଜିବାରେ ଲାଗିପଡିଛନ୍ତି। ତେବେ ଏହି ବୋହୂ ଜଣକ ବିଜ୍ଞାପନରେ କହିଛନ୍ତି ଯେ, ପୁଅର ବୟସ ୪୦ ରୁ ୬୦ ବର୍ଷ ହେବା ଆବଶ୍ୟକ। ଆର୍ଥତ୍ ମହିଳା ଜଣଙ୍କର ଶାଶୁମାଆଙ୍କର ଯେଉଁ ବ୍ୟକ୍ତି ବୟଫ୍ରେଣ୍ଡ ହେବେ ସେ ୪୦ ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ।

ତେବେ ମହିଳା ଜଣକ ଏହି ପୋଷ୍ଟରେ କହିଛନ୍ତି ଯେ, ଏହି ବିଜ୍ଞାପନଟି କେବଳ ଦୁଇଦିନ ରହିବ। ଆଉ ସେ ଦୁଇଦିନ ମଧ୍ୟରେ ଯେଉଁ ବ୍ୟକ୍ତି ମନୋନୀତ ହେବେ ତାଙ୍କୁ ୯୬୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୭୨,୦୦୦ ଟଙ୍କା ଦିଆଯିବ।

ନ୍ୟୁୟର୍କର ହଡସନ୍ ଭ୍ୟାଲିରୁ ଆସିଥିବା ଏହି ଖବରଟିରେ ଏହି ମହିଳା ଜଣକ ସ୍ପଷ୍ଟ କରିଛନ୍ତି ଯେ ତାଙ୍କର ୫୧ ବର୍ଷିୟା ଶାଶୁଙ୍କ ପାଇଁ ମିଳିତ ସାଥୀ ବା ବୟଫ୍ରେଣ୍ଡ ଆବଶ୍ୟକ। ଯେଉଁ ବ୍ୟକ୍ତି ମୋ ଶାଶୁମାଆଙ୍କର ମିଳିତ ସାଥି ହେବେ ସେ ଭଲ ଭାବରେ ନୃତ୍ୟ ଓ ମଧୁର କଥା କହିପାରୁଥିବା ଉଚିତ୍ |

Leave a Reply

Your email address will not be published. Required fields are marked *