ଜୀବନ ବଞ୍ଚାଉଥିବା ଡାକ୍ତରଙ୍କର ଜୀବନ ଦୀପ ଲିଭିଗଲା, ଏଇ କାରଣରୁ ସେ କଲେ ଆତ୍ମହତ୍ୟା

ନୂଆଦିଲ୍ଲୀ : ଅପ୍ରେଲ ୧୮ ତାରିଖ ଶନିବାର ଦିଲ୍ଲୀର ଜଣେ ଡାକ୍ତର ଆତ୍ମହତ୍ୟା କରିଛନ୍ତି । ସେ ଅଭିଯୋଗ ଆଣିଛନ୍ତି ଆପ୍‌ର ଜଣେ ବିଧାୟକ ତାଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଆପ୍‌ର ବିଧାୟକ ଏବଂ ତାଙ୍କ ସହଯୋଗୀ ଉକ୍ତ ଡାକ୍ତରଙ୍କୁ ଧମକାଇ ଟଙ୍କା ମାଗୁଥିବା ଡାକ୍ତର ଜଣକ ଅଭିଯୋଗ ହିସାବରେ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ।

ମୃତ ଡାକ୍ତରଙ୍କ ନାମ ରାଜେନ୍ଦ୍ର ସିଂହ ଏବଂ ତାଙ୍କର ଏକ ପାଣିଟାଙ୍କି ବ୍ୟବସାୟ ରହିଛି । ଡାକ୍ତର ଜଣକ ନିଜ ରୁମ୍‌ରେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ଭଡ଼ାଟିଆ ସୂଚନା ଦେଇଛନ୍ତି ।

ଦୁଇ ପୃଷ୍ଠାର ଏହି ସୁଇସାଇଡ୍‌ ନୋଟ୍‌ରେ ସେ କହିଛନ୍ତି ଯେ ଆପ୍‌ ବିଧାୟକ ପ୍ରକାଶ ଜରୱାଲ ଏବଂ ସହଯୋଗୀ କପିଲ ନାଗର ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ । ପୋଲିସ ଏକ ଡାଏରୀ ମଧ୍ୟ ଜବତ କରିଛି, ଯେଉଁଥିରେ ଆତ୍ମହତ୍ୟା ପୂର୍ବରୁ ଡାକ୍ତରଙ୍କୁ ଦିଆଯାଇଥିବା ନିର୍ଯ୍ୟାତନା ବାବଦରେ ତଥ୍ୟ ରହିଥିବା କୁହାଯାଉଛି ।

ଡାଏରୀରେ ସେ ଲେଖିଥିଲେ ଯେ ଦିଲ୍ଲୀ ଜେଲ୍‌ ବୋର୍ଡ ତାଙ୍କ ଟ୍ୟାଙ୍କରକୁ ଭଡ଼ାରେ ନେଇଥିଲେ । ବିଧାୟକଙ୍କୁ ଟଙ୍କା ନଦେବାରୁ ଏହି ଟ୍ୟାଙ୍କର ସବୁକୁ କାମରୁ ବାହାର କରି ଦିଆଯାଇଥିଲା । ଏହାପରେ ତାଙ୍କୁ ହତ୍ୟା ଧମକ ମିଳିବା ଆରମ୍ଭ ହୋଇଥିଲା ବୋଲି ସେ ଏଥିରେ ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *