ଗର୍ଜିଲେ ପେଟ୍ରୋଲିୟମ ମନ୍ତ୍ରୀ : କହିଲେ ଏକ ସଭ୍ୟ ସମାଜରେ ଏ ପ୍ରକାର ଆଚରଣ ଆଶା କରାଯାଏ ନାହିଁ …

ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରିପ୍ରେକ୍ଷୀରେ ମହାରାଷ୍ଟ୍ର ରାଜ୍ୟ ମାନବାଧିକାର ଆୟୋଗ ଆଜି ରାୟଗଢ SP ଙ୍କୁ ସମନ କରିଛି । ଆସନ୍ତା କାଲି ସକାଳ ୧୧ଟା ସମୟରେ ତାଙ୍କୁ ଏମଏଚଆରସି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ତେବେ ବୁଧବାର ଦିନ ୫୩ ବର୍ଷୀୟ ଇଣ୍ଟେରିୟର ଡିଜାଇନର୍ଙ୍କୁ ଆତ୍ମହତ୍ୟା କରିବାକୁ ଉସୁକେଇଥିବା ଅଭିଯୋଗରେ ରାୟଗଢ ପୋଲିସ ଅର୍ଣ୍ଣବ ଗୋସ୍ୱାମୀ ଏବଂ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରିଛି । ତେବେ ଅର୍ଣ୍ଣବଙ୍କୁ ଆଲିବାଗ କୋର୍ଟରେ ହାଜିର କରାଯାଇପାରେ । ଚଳିତ ବର୍ଷ ମଇ ମାସରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଏହି ମାମଲାର CID ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ଯଦିଓ ଏହି ମାମଲା ୨୦୧୮ର ।

ଏ ଘଟଣାକୁ ନେଇ କିନ୍ତୁ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗର୍ଜି ଉଠିଛନ୍ତି । ଟ୍ଵିଟ କରି ସେ କହିଛନ୍ତି, ଏକ ସଭ୍ୟ ସମାଜରେ ଏ ପ୍ରକାର ଆଚରଣ ଆଶା କରାଯାଏ ନାହିଁ । ମହାରାଷ୍ଟ୍ର ସରକାର ସମସ୍ତ ସୀମାକୁ ଲଙ୍ଘନ କରୁଛି । ଏହି ଅଣ ଗଣତାନ୍ତ୍ରିକ ଘଟଣା ଉପରେ ରାହୁଲ ଜୀ, ସୋନିଆ ଜୀ, ଶରଦ ପାୱାର ଜି କାହିଁକି କିଛି କହୁନାହାନ୍ତି ?

ସୂଚନା ଥାଉ ଯେ ଆଇନଜୀବୀ ଆଦିତ୍ୟ ମିଶ୍ରା ଅର୍ଣ୍ଣବ ଗୌସ୍ୱାମୀଙ୍କ ବେଆଇନ ଗିରଫଦାରୀକୁ ନେଇ ଏମଏଚଆରସିଙ୍କ ନିକଟରେ ଏକ ଯାଚିକା ଦାଖଲ କରିବା ସହିତ ମାମଲାର ତତ୍କାଳ ବିଚାର ପାଇଁ ଅନୁରୋଧ କରିଥିଲେ । ଏନେଇ ଆୟୋଗ ରାୟାଗଢ SPଙ୍କୁ ସମନ କରିବା ସହିତ ସମସ୍ତ ଦସ୍ତାବିଜ ସାଙ୍ଗରେ ନେଇ ହାଜର ହେବାକୁ ନୋଟିସ୍ ଦିଆଯାଇଛି ।

Leave a Reply

Your email address will not be published. Required fields are marked *