ଶରୀରରୁ କଟି ଅଲଗା ହୋଇଯାଇଥିବା ହାତକୁ ଯୋଡ଼ି ଏମାନେ କରିଛନ୍ତି ଏହିପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ

ଚଣ୍ଡିଗଡ଼ : PGIର ଏକ ଡାକ୍ତରୀ ଦଳ ସଫଳତାର ସହିତ ପ୍ରାୟ ଆଠ ଘଣ୍ଟା ଅସ୍ତ୍ରୋପଚାର କରି ପଞ୍ଜାବ ପୋଲିସର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ASI) ଙ୍କ ବାମ ହାତକୁ ପୁନଃପ୍ରତିରୋପଣ କରାଛନ୍ତି । ପଟିଆଲାର ନିହଙ୍ଗ ମୁଖିଆଙ୍କ ଏକ ଦଳ ଲକଡାଉନ ସମୟରେ (କର୍ଫ୍ୟୁ ପାସ୍) ଅନୁମତି ମାଗୁଥିବା ଜଣେ ପୋଲିସ ଅଧିକାରୀଙ୍କ ହାତକୁ ଖଣ୍ଡାରେ କାଟି ଅଲଗା କରିଦେଇଥିଲେ ।

PGIଙ୍କ କହିବାନୁଯାୟୀ ୫୦ ବର୍ଷିୟ ସେ ପୋଲିସ ଅଧିକାରୀଙ୍କ ବାମ ହାତର ମଣିବନ୍ଧ ସମ୍ପୂର୍ଣ୍ଣ ଭାଙ୍ଗି ଅଲଗା ହେଇଯାଇଥିଲା । ଅଲଗା ହୋଇଯାଇଥିବା ହାତ ଅଂଶର ପ୍ରାରମ୍ଭିକ ପ୍ରସ୍ତୁତି ପରେ ତାକୁ ପୁଣିଥରେ ଯୋଡ଼ିବା  କରିବା କାର୍ଯ୍ୟ ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା । ସବୁ  ଶିରା ଏବଂ ପରସ୍ପର ଶିରା ସେଥିରେ ଜଡିତ ଥିଲା । ସବୁ କ୍ଷତିଗ୍ରସ୍ତ ଅଂଶଗୁଡିକ ପ୍ରଥମେ ମରାମତି କରାଯାଇଥିଲା । ଏଥିପାଇଁ ୩ ଟି କେ-ତାର ବ୍ୟବହାର କରାଯାଇଥିଲା । ୩ ଟି କେ-ତାର ବ୍ୟବହାର କରି ହାତର ସବୁ ସ୍ନାୟୁକୁ ହାଡ଼ ସହିତ ସ୍ଥିର କରାଯାଇଥିଲା ଯାହା ସାଢେ ୭ ଘଣ୍ଟା ସମୟ ନେଇଥିଲା । ଏହା କୌଶଳ ହିସାବରେ ଖୁବ ଜଟିଳ ଏବଂ ଆହ୍ଵାନପୂର୍ଣ୍ଣ ଅସ୍ତ୍ରୋପଚାର ଥିଲା ଯାହା ସଫଳତାର ସହିତ କରାଯାଇଥିଲା ।

PGIଙ୍କ କହିବାନୁସାରେ ଅସ୍ତ୍ରୋପଚାର ଶେଷରେ ହାତ କାମ କରିବ ଏବଂ ରକ୍ତ ଭଲ ରକ୍ତ ସଞ୍ଚାଳନ ବି କରୁଥିଲା । କାରଣ ହାତ ଗରମ ଲାଗୁଥିଲା । ପ୍ଲାଷ୍ଟିକ ସର୍ଜରୀ ବିଭାଗକୁ ପ୍ରତିରୋପଣ କରିବାର ଦାୟିତ୍ଵ ଦିଆଯାଇଥିଲା । ପୋଲିସ ମହାନିର୍ଦ୍ଦେଶକ ଡିଙ୍କାର ଗୁପ୍ତାଙ୍କ ଡାକରା ପରେ ଟ୍ରମା ସେଣ୍ଟରରେ PGI ନିର୍ଦ୍ଦେଶକ ଜଗତ ରାମ ଜରୁରୀକାଳୀନ ଦଳକୁ ଡାକି ସକ୍ରିୟ କରି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ଅଧକ୍ଷ ରମେଶ ଶର୍ମାଙ୍କୁ ପୁନଃପ୍ରତିରୋପଣ କରିବା ଦାୟିତ୍ଵ ଦେଇଛନ୍ତି । ଏହି ଅସ୍ତ୍ରୋପଚାର କରିଥିବା ଦଳରେ ସୁନୀଲ ଗାଗା, ଜେରୀ ଆର। ଜନ୍, ସୁରଜ ନାୟାର, ମାୟାନକ ଚନ୍ଦ୍ର, ଶୁବେନ୍ଦୁ, ଅଙ୍କୁର, ଅଭିଷେକ ଏବଂ ପୁର୍ଣ୍ଣିମା ଅନ୍ତର୍ଭୁକ୍ତ ହୋଇଥିବାବେଳେ ନର୍ସିଂ ଦଳରେ ଅରବିନ୍ଦ, ସ୍ନେହା ଏବଂ ଆର୍ଶ ଥିଲେ ।

ପଟିଆଲା ଜିଲ୍ଲାର ଏକ ପନିପରିବା ବଜାରରେ କର୍ଫ୍ୟୁ ପାସ୍ ଦେଖାଇବା ନେଇ ଘଟଣାଟି ଘଟିଥିଲା ଯେଉଁଥିରେ ନିହଙ୍ଗଙ୍କ ଏକ ଦଳ ପୋଲିସ ଦଳଙ୍କୁ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ହରଜିତ ସିଂଙ୍କ ହାତ କଟି ଶରୀରରୁ ଅଲଗା ହୋଇଥିବାବେଳେ ପଞ୍ଜାବର ଅନ୍ୟ ତିନିଜଣ ପୋଲିସ କର୍ମଚାରୀ ଏବଂ ଜଣେ ମାଣ୍ଡି ଅଧିକାରୀଙ୍କୁ ମଧ୍ୟ ଆହତ ହୋଇଛନ୍ତି । ଏହି ମାମଲାରେ ପଞ୍ଜାବ ପୋଲିସ ଜଣେ ମହିଳାଙ୍କ ସମେତ ୧୧ ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *