ସାନିଟାଇଜର ପଛରେ ଗୋଡ଼ାନ୍ତୁ ନାହିଁ, ଜେଜେମା’ ଅମଳର ସାବୁନ ଅଧିକ ଭଲ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ୧୪ ତାରିଖ ଦିନ ଟ୍ୱିଟ୍ କରି କହିଛନ୍ତି ।
ସାରା ଦେଶରେ ଯେତେବେଳେ କରୋନା ଭାଇରାସକୁ ନେଇ ଆତଙ୍କ ବ୍ୟାପିଛି । ଆମାଜନ, ଫ୍ଲିପକାର୍ଟ, ବିଗ୍ ବାସ୍କେଟ୍ ଏବଂ ଗ୍ରୋଫର୍ସ ଭଳି ଇ-କମର୍ସ ପ୍ଲାଟଫର୍ମରେ ଅନେକ ସ୍ଥାନରେ ଫ୍ରଣ୍ଟଲାଇନ ସାନିଟାଇଜର ବ୍ରାଣ୍ଡର ଷ୍ଟକ୍ ଉପଲବ୍ଧ ନାହିଁ । ବିଭିନ୍ନ ସହରର ଔଷଧ ଦୋକାନଗୁଡ଼ିକରେ ମଧ୍ୟ ସମାନ ପରିସ୍ଥିତି । ଆତଙ୍କିତ ଲୋକଙ୍କ ପ୍ରଚୁର ଆବଶ୍ୟକତା ହେତୁ ମାସ୍କ ଏବଂ ସାନିଟାଇଜର ଷ୍ଟକ୍ ସତେ ଯେମିତି ବଜାରରୁ ଅଦୃଶ୍ୟ ହୋଇଯାଇଛି । ଯେଉଁଠାରେ ଯୋଗାଣ ଅଛି ତାହା ବି ଦାମର ୫ ଗୁଣା ଅଧିକରେ ବିକ୍ରି ହେଉଛି ।
ଇ.ସି. ଅଧିନିୟମ ଅନୁଯାୟୀ ଜଣେ ଅପରାଧୀଙ୍କୁ ସାତ ବର୍ଷ ଦଣ୍ଡ କିମ୍ବା ଜୋରିମାନା, କିମ୍ବା ଉଭୟ ଦଣ୍ଡବିଧାନ ହୋଇପାରେ । ବ୍ଲାକ ମାର୍କେଟିଂ ଏବଂ ପ୍ରିଭେନସନ୍ ଅଫ୍ ଯୋଗାଣ ସାମଗ୍ରୀ ଯୋଗାଣ ଅଧିନିୟମ, ୧୯୮୦ ଅନୁଯାୟୀ ଅପରାଧୀକୁ ୬ ମାସ ପର୍ଯ୍ୟନ୍ତ ବନ୍ଦୀ କରି ରଖାଯାଇପାରେ ବୋଲି ସରକାରୀ ବିବୃତ୍ତିରେ କୁହାଯାଇଛି ।
ଏହି ନିଷ୍ପତ୍ତି କେନ୍ଦ୍ର ଏବଂ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ମାସ୍କ ଏବଂ ହ୍ୟାଣ୍ଡ୍ ସାନିଟାଇଜରର ଉତ୍ପାଦନ, ଗୁଣବତ୍ତା, ବଣ୍ଟନ ଇତ୍ୟାଦି ନିୟନ୍ତ୍ରଣ କରିବା ସହ ଏହି ସାମଗ୍ରୀର ବିକ୍ରୟ ତଥା ଉପଲବ୍ଧତାକୁ ସୁଗମ କରିବ ବୋଲି ସରକାର କହିଛନ୍ତି । ନିରୀକ୍ଷଣକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏହା କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅଧିକାର ଦିଏ ।
ଏହି ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆଗକୁ ଆସି କହିଛନ୍ତି ଯେ ସାନିଟାଇଜର ନିଶ୍ଚିନ୍ତ ପ୍ରଭାବଶାଳୀ, କିନ୍ତୁ କରୋନାଭାଇରସ୍ ମାରିବା ପାଇଁ ସାବୁନରେ ହାତ ଧୋଇବା ବି ନିହାତି ଏକ ଦକ୍ଷ ତଥା ପ୍ରଭାବଶାଳୀ ଉପାୟ । ସେ ଲେଖିଛନ୍ତି ଯେ ସାନିଟାଇଜର ଭଲ, କିନ୍ତୁ ସାବୁନ ଏବଂ ପାଣିରେ ଧୋଇବା ସହିତ ତାକୁ ତୁଳନା କରାଯାଇନପାରେ ।