ତାଜା ଖବର : ଦିଲ୍ଲୀ ସମେତ ଆଖପାଖ ଅଞ୍ଚଳରେ ଅନୁଭୂତ ହୋଇଛି ଭୂମିକମ୍ପର ଝଟକା

ନୂଆଦିଲ୍ଲୀ : ଆଜି ଦିଲ୍ଲୀ-ଏନ.ସି.ଆର.ରେ ସାମାନ୍ୟ ତୀବ୍ର ଭୂକମ୍ପ ଘଟିଛି । ଦିଲ୍ଲୀ-ୟୁପି ସୀମାରେ ଏହା ଅନୁଭୂତ ହେଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ବୋଲି ଜଣେ ଅଧିକାରୀ କହିଛନ୍ତି । ତୁରନ୍ତ ସୂଚନା ଅନୁଯାୟୀ କୌଣସି ଜୀବନ ଏବଂ ସମ୍ପତ୍ତି ନଷ୍ଟ ହୋଇନାହିଁ । ଦେଶବ୍ୟାପୀ ଲକଡାଉନ ଯୋଗୁ ଲୋକମାନେ ପ୍ରାୟତଃ ଘରେ ଥିଲେ । ଏ ବିଷୟରେ ତେଣୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ଅନୁଯାୟୀ ଅପରାହ୍ନ ୫ ବାଜି ୪୫ ମିନିଟରେ ଏହି ଭୂକମ୍ପ ଘଟିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟରରେ ଯାଇ ନାଗରିକଙ୍କ ସୁରକ୍ଷା ପାଇଁ କାମନା କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ଟ୍ୱିଟରରେ ପୋଷ୍ଟ କରି କହିଛନ୍ତି ଯେ ଦିଲ୍ଲୀରେ କମ୍ପନ ଅନୁଭୂତ ହୋଇଛି । ସେ ଆଶା କରୁଛନ୍ତି ସମସ୍ତେ ସୁରକ୍ଷିତ ଅଛନ୍ତି ଓ ସେ ଦିଲ୍ଲୀବାସୀ ପ୍ରତ୍ୟେକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛନ୍ତି ।

କିଛି ସେକେଣ୍ଡ ପାଇଁ କମ୍ପନ ଅନୁଭୂତ ହୋଇଥିଲା ଏବଂ ଅନେକ ଲୋକ ଦୌଡ଼ାଦୌଡ଼ି ହୋଇଥିଲେ ନ୍ୟୁଜ୍ ଏଜେନ୍ସି ପି.ଟି.ଆଇ. ରିପୋର୍ଟ କରିଛି ।

Leave a Reply

Your email address will not be published. Required fields are marked *