ଦୁନିଆର ଶ୍ରେଷ୍ଠ ବିଲିୟନେୟାରମାନଙ୍କ ମଧ୍ୟରେ ଅନ୍ୟତମ ଏଲୋନ୍ ମସ୍କ (ସ୍ପେସ୍ ଏକ୍ସ ସିଇଓ)ଙ୍କ ଗର୍ଲଫ୍ରେଣ୍ଡ ପ୍ରକାଶ କରିଛନ୍ତି ଏକ ଅଜବ ଇଚ୍ଛା । ଗ୍ରିମସ୍ ତାଙ୍କ ପ୍ରେମିକ ପରି ମଙ୍ଗଳ ଗ୍ରହରେ ବସତି ଦେଖିବାର ସ୍ୱପ୍ନ ଦେଖୁଛନ୍ତି । ସୋସିଆଲ ମିଡ଼ିଆରେ ଗ୍ରିମସ୍ କହିଛନ୍ତି ଯେ ସେ ‘ମଙ୍ଗଳ ଗ୍ରହରେ ମରିବାକୁ ପ୍ରସ୍ତୁତ’ । ଗ୍ରିମସ୍ ବିବୃତ୍ତି ଏପରି ଏକ ସମୟରେ ସାମ୍ନାକୁ ଆସିଛି ଯେତେବେଳେ କି ବିଲିୟନେୟାର ଏଲୋନ୍ ମସ୍କ ମଙ୍ଗଳ ଗ୍ରହକୁ ଯିବା ପାଇଁ ତାଙ୍କ ଫ୍ଲାଗସିପ୍ ରକେଟର ଲଗାତାର ୩ ଟି ଅସଫଳ ପରୀକ୍ଷଣ କରି ସାରିଛନ୍ତି ।
ଗାୟକ ଗ୍ରିମସ୍ ଏବଂ ଏଲୋନ୍ ମସ୍କଙ୍କର ଏକ ପୁଅ X Æ A-Xii ବି ଅଛି । ଗ୍ରିମସ୍ ତାଙ୍କ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ ସେ ମଙ୍ଗଳ ଗ୍ରହର ଲାଲ ଧୂଳିରେ ମରିବାକୁ ପ୍ରସ୍ତୁତ ଅଛନ୍ତି । ଏହାପୂର୍ବରୁ, ପ୍ରଶ୍ନର ଉତ୍ତରରେ ଗ୍ରିମସ୍ କହିଥିଲେ ଯେ ସେ ୫୦ ବର୍ଷ ବୟସ ବେଳକୁ ସେ ମଙ୍ଗଳ ଗ୍ରହକୁ ଯିବାକୁ ଇଚ୍ଛୁକ ଯେଉଁଠି ଲାଲ ଗ୍ରହରେ ମନୁଷ୍ୟ ବସତି ପାଇଁ ସହଯୋଗ କରିପାରିବେ । ଏହି ସମୟରେ, ଏଲୋନ୍ ମସ୍କ ଘୋଷଣା କରିଛନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ପୂର୍ବରୁ ସେ ମଙ୍ଗଳ ଗ୍ରହରେ ମାନବ ବସତି ସ୍ଥାପନ କରିଦେବେ ।

ତେବେ ସୂଚନାଥାଉ ଯେ ମସ୍କ ଗୋଟିଏ ପରେ ଗୋଟିଏ ୩ ଟି ରକେଟ୍ ପରୀକ୍ଷଣ କରିସାରିଛନ୍ତି । ତାଙ୍କର ପ୍ରାରମ୍ଭିକ ପ୍ରୟାସରେ ଏଲୋନ୍ ମସ୍କ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମଙ୍ଗଳ ଗ୍ରହକୁ ଯିବାର ସ୍ୱପ୍ନ ଦେଖୁଥିବା ଏଲୋନ୍ ମସ୍କର କମ୍ପାନୀ ସ୍ପେସ୍ ଏକ୍ସ ସଫଳତା ପାଉ ପାଉ ଅଳ୍ପକେ ରହିଯାଇଛି । କମ୍ପାନୀର ଷ୍ଟାରସିପ୍ ପ୍ରୋଟୋଟାଇପ୍ SN11 ରକେଟ୍ ମଙ୍ଗଳବାର ସକାଳେ ଟେକ୍ସାସରେ ଉଡ଼ାଣ ଭରିଥିଲା ହେଲେ ଲ୍ୟାଣ୍ଡିଂ ପୂର୍ବରୁ ତାର ବିସ୍ଫୋରଣ ହେଲା । ଏହାପୂର୍ବରୁ, SN10 ରକେଟ୍ ମଧ୍ୟ ଲ୍ୟାଣ୍ଡିଂ କରିଥିଲା କିନ୍ତୁ କିଛି ମିନିଟ୍ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।