‘ଏହା ମୋ କର୍ମର ଫଳ …’ ସୁଇସାଇଡ଼ ନୋଟ୍ ଲେଖି ଆତ୍ମହତ୍ୟା କଲେ ମହିଳା ସବ୍ ଇନ୍ସପେକ୍ଟର, ପଢନ୍ତୁ ପୁରା ଖବର

ଉତ୍ତର ପ୍ରଦେଶର ବୁଲନ୍ଦଶାହରରେ ନୂଆ ବର୍ଷର ପ୍ରଥମ ଦିନରେ ଜଣେ ମହିଳା ସବ୍-ଇନ୍ସପେକ୍ଟର ଫାଶୀ ଦେଇ ଝୁଲି ପଡ଼ିଲେ ପଙ୍ଖାରେ । ଏକ ସୁଇସାଇଡ଼ ନୋଟ ଜବତ ହୋଇଛି ଘଟଣାସ୍ଥଳରୁ ଯେଉଁଥିରେ ଲେଖା ହେଇଛି ଯେ ‘ଏହା ମୋର କର୍ମର ଫଳ …’। ତେବେ ପୋଲିସ ଅଧିକାରୀମାନେ ପୁରା ମାମଲାର ଫଟୋ ଉଠାଇଥିଲେ ଏବଂ ଫରେନସିକ୍ ଟିମ୍ ପରୀକ୍ଷା ପାଇଁ ନମୁନା ମଧ୍ୟ ନେଇଛି । ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି ।

ସୂଚନା ଅନୁସାରେ ଅନୁପଶାହାର କୋଟୱାଲୀରେ ପୋଷ୍ଟ ହୋଇଥିବା ଏହି ମହିଳା ସବ୍-ଇନ୍ସପେକ୍ଟର ଆରଜୁ ପଂୱାର ଏକ ଭଡ଼ା ଘରେ ରହୁଥିଲେ । ଗୁରୁବାର ଦିନ ବିଳମ୍ବିତ ରାତିରେ ସେ ନିଜ ଚୁନୁରିରେ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ପ୍ରାୟ ୭ ଟା ବେଳେ ଡ୍ୟୁଟିରୁ ଫେରିଥିଲେ, କିନ୍ତୁ ରାତି ୯ ଟା ଯାଏଁ ଯେତେବେଳ ଆରଜୁ ଖାଇବା ପାଇଁ ରୁମରୁ ବାହାରିନଥିଲେ ଘର ମାଲିକ ଖାଇବା କଥା ପଚାରିବାକୁ ଯାଇଥିଲେ । ଆଉ ଯାହା ଦେଖିଲେ ସେ ନିଜେ ଆଶ୍ଚର୍ଯ୍ୟ ହୋଇଗଲେ ଓ ତୁରନ୍ତ ପୋଲିସକୁ ଖବର ଦେଲେ ।

ସୂଚନା ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସଏସପି ସନ୍ଥ କୁମାର ଏହି ଦୃଶ୍ୟର ଭିଡ଼ିଓ ଏବଂ ଫଟୋଗ୍ରାଫି କରିଥିଲେ ।

Leave a Reply

Your email address will not be published. Required fields are marked *