୫ ଦିନ ନପୂରୁଣୁ ପୁଣି ଏକ ହସ୍ପିଟାଲରେ ଅଗ୍ନିକାଣ୍ଡ : ଜଳିଗଲେ ୪ ଜଣ ରୋଗୀ

ବୁଧବାର ଦିନ ମହାରାଷ୍ଟ୍ର ଥାନେର ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ଜଣେ ନାଗରିକ ଅଧିକାରୀ ସୂଚନା ଦେଇଛନ୍ତି । ହସ୍ପିଟାଲରେ ନିଆଁ ଲାଗିବା ପରେ ଅନ୍ୟ ଡାକ୍ତରଖାନାକୁ ରୋଗୀମାନଙ୍କୁ ସ୍ଥାନାନ୍ତରିତ କଲାବେଳେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଅଧିକାରୀ ଜଣଙ୍କ କହିଛନ୍ତି ।

ତେବେ ପାଲଘର ଜିଲ୍ଲାର ବିରାର ସ୍ଥିତ ଏକ ଘରୋଇ ହସ୍ପିଟାଲର ଇଣ୍ଟେନ୍ସିଭ୍ କେୟାର ୟୁନିଟରେ ଅଗ୍ନିକାଣ୍ଡ ଘଟି ୧୫ ଜଣ କରୋନା ସଂକ୍ରମିତ ରୋଗୀଙ୍କ ମୃତ୍ୟୁ ହେବାର ୫ ଦିନ ପରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଘଟଣାଟି ଆଜି ଭୋଅର ୩:୪୦ ରେ ଘଟିଥିଲା । ୨୦ ଜଣ ରୋଗୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି, ଯଦିଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିସାରିଛି ।

ଫଟୋ ସୌଜନ୍ୟ : indiatimes

ମହାରାଷ୍ଟ୍ର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଜିତେନ୍ଦ୍ର ଆହ୍ଵାଦ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ହସ୍ପିଟାଲର ପ୍ରଥମ ମହଲାକୁ ନଷ୍ଟ କରିଦେଇଛି । ସେପଟେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଥିବା ବେଳେ ଅଗ୍ନିକାଣ୍ଡର କାରଣ ଏଯାବତ୍ ଜଣାପଡ଼ି ନାହିଁ । ଏହି ଘଟଣାର ଯାଞ୍ଚ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *