ପତ୍ନୀ ଓ ପ୍ରେମିକା ବାଣ୍ଟିଦେଲେ ସ୍ୱାମୀକୁ : ଯୁବକ ବିରୋଧରେ ୱାରେଣ୍ଟ ଜାରି କଲା ଅଦାଲତ, ପଢନ୍ତୁ ପୁରା ଘଟଣା…

girlfriend and wife divided husband for 3 days in jharkhand

ବଲିଉଡ଼ ଅଭିନେତା ଅନିଲ କପୁରଙ୍କ ଏକ ଫିଲ୍ମ “ଘରବାଲୀ-ବାହାରବାଲୀ” ଭଳି ଘଟଣା ବାସ୍ତବ ଜୀବନରେ ଦେଖିବାକୁ ମିଳିଛି ଝାରଖଣ୍ଡ ରାଜଧାନୀ ରାଞ୍ଚିରେ । ଏକ ଚୁକ୍ତି ଅନୁସାରେ ସ୍ୱାମୀ ଜଣଙ୍କୁ ପତ୍ନୀ ଓ ପ୍ରେମିକା ମଧ୍ୟରେ ବାଣ୍ଟି ଦିଆଯାଇଛି । ଯୁବକ ଜଣଙ୍କ ସପ୍ତାହର ୩ ଦିନ ପତ୍ନୀ ପାଖରେ ରହିବେ ଏବଂ ବାକି ୩ ଦିନ ପ୍ରେମିକା ପାଖରେ । ବଳକା ଗୋଟିଏ ଦିନ ନିଜ ହିସାବରେ ବିତାଇପାରିବେ ବୋଲି ଚୁକ୍ତିରେ ଲେଖା ହୋଇଛି ।

ମିଳିଥିବା ସୂଚନା ଅନୁସାରେ ଜଣେ ବିବାହିତ ଯୁବକ ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଦ୍ୱିତୀୟ ବିବାହ କରିଥିଲେ । ମାମଲା ଯେତେବେଳେ ପୋଲିସ ପାଖକୁ ଗଲା ସେମାନଙ୍କ ମଧ୍ୟରେ ବୁଝାମଣା କରାଇବା ଛଡ଼ା କୌଣସି ଉପାୟ ନଥିଲା ପୋଲିସ ପାଖରେ । ଦୁଇ ପତ୍ନୀ ମଧ୍ୟରେ ସ୍ୱାମୀକୁ ତେଣୁ ବାଣ୍ଟି ଦିଆଗଲା । ହେଲେ ଏ ବୁଝାମଣା ବେଶୀ ଦିନ ତିଷ୍ଠିଲା ନାହିଁ ଯେଉଁ କାରଣରୁ ମାମଲା କୋର୍ଟରେ ପହଞ୍ଚିଲା । ଏହାପରେ ଯୁବକ ବିରୋଧରେ ୱାରେଣ୍ଟ ଜାରି କଲେ ଅଦାଲତ ଏବଂ ବର୍ତ୍ତମାନ ଦୁଇ ପତ୍ନୀ ନିଜ ସ୍ୱାମୀକୁ ବଞ୍ଚାଇବା ପ୍ରୟାସରେ ।

ତେବେ ଏହି ମାମଲାଟି ରାଞ୍ଚିର କୋକର ତିରିଲ ରୋଡ଼ର ଯେଉଁଠି ରାଜେଶ ମହତୋକୁ ପୋଲିସ ଜାନୁୟାରୀ ୧୫ ତାରିଖ ଦିନ ହାଜତକୁ ନେଇ ବୁଝାମଣା ସ୍ୱରୂପ ଦୁଇ ପତ୍ନୀ ସାଙ୍ଗରେ ୩ ଦିନ ଲେଖାଏଁ ରହିବାକୁ ପ୍ରସ୍ତାବ ଦେଇଥିଲେ । ମାତ୍ର ରାଜେଶ ଏହି ପ୍ରସ୍ତାବରେ ରାଜି ନହେବାରୁ ବର୍ତ୍ତମାନ ମାମଲା ଯାଇ କୋର୍ଟରେ । ଅର୍ଥାତ୍ ଦ୍ୱିତୀୟ ପତ୍ନୀ ବିବାହ ନାଁରେ ଯୌନଶୋଷଣ ମାମଲା ରୁଜ୍ଜୁ କଲେ । ବର୍ତ୍ତମାନ କୋର୍ଟ ଅଭିଯୁକ୍ତ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି ।

ଅନ୍ୟପକ୍ଷରେ ଅଭିଯୁକ୍ତ ତଥା ସ୍ଵାମୀ ରାଜେଶ ଫେରାର ହୋଇଯାଇଛି । ପୋଲିସ ରାଜେଶକୁ ଖୋଜୁଛି ଏବଂ କହିଛି ଯେ ପ୍ରଥମ ପତ୍ନୀ ଓ ଛୁଆକୁ ଛାଡ଼ି ପ୍ରେମିକା ସହିତ ରହିବାକୁ ଚାଲିଯାଇଥିବାରୁ ପତ୍ନୀ ଥାନାରେ ମାମଲା ରୁଜ୍ଜୁ କରିଥିଲେ । ହେଲେ ପ୍ରେମିକାଙ୍କ ପରିବାର ଲୋକେ ରାଜେଶ ବିରୋଧରେ ଝିଅକୁ ଅପହରଣ କରିଥିବା ଏକ ମାମଲା ରୁଜ୍ଜୁ କରିଥିଲେ । ଦୁଇଟି ମାମଲା ପରେ ପୋଲିସ ରାଜେଶକୁ ଖୋଜି ବାହାର କରିବାରେ ସଫଳ ହୋଇଥିଲା ହେଲେ ସେତେବେଳକୁ ରାଜେଶ ପ୍ରେମିକାକୁ ବିବାହ କରି ସାରିଥିଲା ।

Leave a Reply

Your email address will not be published. Required fields are marked *