ଦେଶରେ ଖୋଲିବାକୁ ଯାଉଛି ଶହ ଶହ ଜିଓ ପେଟ୍ରୋଲ ପମ୍ପ : ଜାଣନ୍ତୁ ଆବେଦନ କରିବାର ପ୍ରକ୍ରିୟା

ବଜାରକୁ ଆଉ ଏକ ନୂଆ ପ୍ଲାଟଫର୍ମ ନେଇ ଆସୁଛି ଜିଓ । ଆଜ୍ଞା ହଁ, ଜିଓ ମୋବାଇଲ ଏବଂ ଜିଓ ମାର୍ଟ ପରେ ଏବେ ଜିଓ ଖୋଲିବାକୁ ଯାଉଛି ତାର ପେଟ୍ରୋଲ ପମ୍ପ । ଦେଶ ସାରା ହଜାର ହଜାର ସଂଖ୍ୟାରେ ଜିଓ ପେଟ୍ରୋଲ ପମ୍ପ ଖୋଲିବାକୁ ନେଇ ଯୋଜନା କରୁଛି ।  ସୂଚନା ଅନୁଯାୟୀ ଅମ୍ବାନୀଙ୍କ କମ୍ପାନୀରେ ୧୦୦ କୋଟି ଟଙ୍କା ନିବେଶ କରିବାକୁ ଚୁକ୍ତି ସ୍ୱାକ୍ଷର କରିଛି ବ୍ରିଟିସ ପେଟ୍ରୋଲିୟମ ।

“ରିଲିଆନ୍ସ ବିପି ମୋବିଲିଟି ଲିମିଟେଡ୍” ନାମରେ ଏକ ମିଳିତ ଉଦ୍ୟୋଗ ହେବ ଏହା । ଭାରତରେ ଇନ୍ଧନ ଏବଂ ମୋବିଲିଟି ବଜାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରେ ଏହି ଚୁକ୍ତି ସ୍ଵାକ୍ଷର ବୋଲି ଆଶା କରାଯାଉଥିବା ବେଳେ ବ୍ରିଟିସ ପେଟ୍ରୋଲିୟମ ନିବେଶ କରିବାକୁ ଯାଉଥିବା ପୁଞ୍ଜିର ୪୯ ପ୍ରତିଶତ ଅଂଶୀଦାର ରହିବ ।  

ତେବେ ପରବର୍ତ୍ତୀ ସମୟରେ କଂପାନୀ ରିଲାଏନ୍ସ ପେଟ୍ରୋଲ ପମ୍ପର ନାଁକୁ ବଦଳାଇ ଜିଓ ବିପି ରଖିବ ବୋଲି କୁହାଯାଉଥିବାବେଳେ ପ୍ରାୟ ୩୫୦୦ଟି ନୂଆ ପେଟ୍ରୋଲ ପମ୍ପ ଖୋଲାଯିବ ବୋଲି ଯୋଜନା ରଖିଛି । ଅଧିକ ତଥ୍ୟ ପାଇଁ  www.reliancepetroleum.com କୁ ଯାଇ ସୂଚନା ପାଇପାରିବେ ।

ତେବେ ଆପଣ ଯଦି ଗୋଟେ ଜିଓ ପେଟ୍ରୋଲ ପମ୍ପ ଖୋଲିବାକୁ ଚାହୁଁଥାଆନ୍ତି ଆପଣଙ୍କୁ ନିଜର ବେସିକ ଡିଟେଲ୍ ସହିତ ନିଜ ସହରର ନାମ ଦେବାକୁ ହେବ । ଏହାଛଡ଼ା ବୟସ ୨୧ରୁ ୬୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ୧୫ ରୁ ୨୦ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ ଓ ଆପଣଙ୍କ ପାଖରେ ଅନ୍ୟୁନ ୧୨୦୦ ରୁ ୧୬୦୦ ସ୍କୋୟାର ଫୁଟ୍ ଜମି ଥିବା ଦରକାର । ଯଦି ଆପଣ ସହରରେ ରହୁଥାନ୍ତି ତେବେ ତ ୮୦୦ ସ୍କୋୟାର ଫୁଟ୍ ଜମି ଥିଲେ ଚଳିବ କିନ୍ତୁ ଜମି ବାବଦୀୟ କାଗଜପତ୍ର ଥିବ ।

Leave a Reply

Your email address will not be published. Required fields are marked *