ସଂସ୍କାର : ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ ଇଡ୍ଡା ‘ । ଏହି ଝଡ଼ ଭୟଙ୍କର ତୋଫାନରେ ପରିଣତ ହୋଇ ଆମେରିକାର ଲୁଇସିୟାନାର ତଟବର୍ତ୍ତୀ ଅଞ୍ଚଳରେ ବାଡେଇ ହୋଇଛି। ଏହାର ଘଣ୍ଟାପ୍ରତି ବେଗ ବାଡେଇ ହେବା ସମୟରେ ୨୨୦ ରୁ ୨୩୦ ମଧ୍ୟରେ ରହିଥିଲା ବୋଲି ଆକଳନ କରାଯାଇଛି।
ଘୂର୍ଣ୍ଣିବଳୟ ଇଡ୍ଡା ଦକ୍ଷିଣ-ପୂର୍ବ ଲୁଇସିଆନା ଏବଂ ଦକ୍ଷିଣ ମିସିସିପି ଅଞ୍ଚଳରେ ଧକ୍କା ହୋଇଛି। ଏହାର ପ୍ରଭାବରେ ଏହି ସ୍ଥାନରେ ପବନ ଓ ବର୍ଷା ଲାଗିରହିଛି। ଇଡ୍ଡା ଘୂର୍ଣ୍ଣିବଳୟର ପ୍ରଭାବ ଏହି ସ୍ଥାନରେ ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରହିବ। ଏହା ପରେ ଆମେରିକାର ଦକ୍ଷିଣାଞ୍ଚଳର ଆଭ୍ୟନ୍ତରୀଣ ମୁହାଁ ହେବ। ଏହାରି ପ୍ରଭାବରେ ପ୍ରବଳ ବର୍ଷା ଓ ପ୍ରବଳ ପବନ ବହିବା ସହ ଉପକୂଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଆଲାବାମା ପର୍ଯ୍ୟନ୍ତ ପୂର୍ବ ଦିଗ ପର୍ଯ୍ୟନ୍ତ ଜାରି ରହିଛି।
ତାଣ୍ଡବ ରଚିଲା ସାମୁଦ୍ରିକ ଝଡ଼ ‘ ଇଡ୍ଡା ‘ ଦେଖନ୍ତୁ ଭିଡିଓ :-
ଝଡ଼ କାରଣରୁ ସେଣ୍ଟ ଲୁଇସିୟାନାର ସେଲ ବିଚରେ ଜଳସ୍ତର ସ୍ୱାଭାବିକଠାରୁ 7 ଫୁଟରୁ ଅଧିକ ଉପରକୁ ଉଠିଥିଲା।