କିଙ୍ଗ୍ ଖାନଙ୍କ ପୁଅ ଆର୍ୟନ ଗିରଫ: ରାତି କଟିଲା ଜେଲରେ , ଏପଟେ ମନ୍ନତରେ ଭାଇଜାନ୍ ସଲମାନ୍ ଖାନ୍

ସଂସ୍କାର: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ କିଙ୍ଗ୍ ଖାନ୍ ଶହାରୁଖଙ୍କ ପୁଅ ଆର୍ୟନଙ୍କୁ ଗିରଫ କରିଛି ଏନସିବି ।ଆର୍ୟନକୁ ମିଶାଇ ୯ ଜଣକୁ ଗିରଫ କରିଛି ଏନସିବି। ତେବେ ଏନସିବି ଗୋଟିଏ ଦିନ କସ୍ତିଡିରେ ଆର୍ୟନ ନେଇଥିବା ସୂଚନା ରହିଛି। ଏହା ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ସମଗ୍ର ଭାରତବର୍ଷର ନଜର୍ ବର୍ତ୍ତମାନ ଏହି ଘଟଣା ଉପରେ। ଅନ୍ୟପଟେ ଏଥିରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି କାହାରିକୁ ଛଡାଯିବ ନାହିଁ ବୋଲି ଏନସିବି କହିଥିବା ସୂଚନା ରହିଛି।

ଗଣମାଧ୍ୟମ ସୂଚନା ମୁତାବକ, ଜେରା ସମୟରେ ଆର୍ୟନଙ୍କ ଫୋନର ପ୍ରାଥମିକ ସ୍କାନିଂରୁ ମିଳିଥିବା ପ୍ରମାଣକୁ ଆଧାର କରି ତାଙ୍କୁ ଗିରଫ କରାଯାଇଛି। ଯାହାକି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଫୋନ୍ ମେସେଜ୍ ସ୍କାନିଂର ତଥ୍ୟ ଅନୁସାରେ, ଆର୍ୟନ୍ ନିୟମିତ ଡ୍ରଗ୍ସ ନେଉଥିଲେ ଏବଂ ବିଭିନ୍ନ ସୂତ୍ରରୁ ଡ୍ରଗ୍ସ ମଗାଉଥିଲେ ମଧ୍ୟ। ତେଣୁ ଏହି ଘଟଣା ଅତି ଗମ୍ଭୀର।ତେଣୁ ଜେରା ପରେ ଆର୍ୟନକୁ କେନ୍ଦ୍ର ନାର୍କୋଟିକ୍ ଏଜେନ୍ସି ଗିରଫ କରିଛି।

ସୂଚନା ମୁତାବକ, ମୁମ୍ବାଇ କ୍ରୁଜରେ ଡ୍ରଗ୍ସ ପାର୍ଟି ଘଟଣାରେ ଜାହାଜରେ ରେଡ କରିବାବେଳେ ଧରାପଡିଥିଲେ ଶାହାରୁଖଙ୍କ ପୁଅ ଆର୍ୟନ । ତାଙ୍କୁ ହେଫାଜତରେ ନେଇ ଜେରରା କରିଥିଲା ଏନସିବି । ଜେରା ସମୟରେ ରେଭ୍ ପାର୍ଟିରେ ଡ୍ରଗ୍ସ ନେଉଥିବା ଆର୍ୟନ ସ୍ୱୀକାର କରିଛନ୍ତି। ଏହାସହ ଅନ୍ୟ ୯ ଜଣଙ୍କୁ ଗିରଫ କରି ଏନସିବି ପଚରାଉଚୁରା ଚଲାଇଛି। ପୁଅ ଗିରଫ ହେବା ପରେ ଶାରୁଖ ଫିଲ୍ମ ସୁଟିଂ ଅଧାରୁ ଛାଡି ଫ୍ରାନ୍ସରୁ ମୁମ୍ବାଇ ଧାଇଁ ଆସିଛନ୍ତି। ଏହା ସହ କିଙ୍ଗ୍ ଖାନଙ୍କୁ ଆଶ୍ୱାସନା ଦେବା ପାଇଁ ଭାଇଜାନ୍ ସଲମାନ୍ ଖାନ୍ ମଧ୍ୟ ଶାରୁଖ ଖାନଙ୍କର ଘର ମନ୍ନତକୁ ଆସିଛନ୍ତି। କିନ୍ତୁ ଆର୍ୟନଙ୍କୁ ମୁକୁଳାଇବାକୁ ନାମକରା କ୍ରାଇମ ଓକିଲ ସତୀଶ ମାନସିଂଧେ ଲାଗିଥିବା ଜଣାପଡିଛି। ଏହି ଓକିଲ ରିୟା ଚକ୍ରବତ୍ତୀଙ୍କ କେସ୍ ରେ ମଧ୍ୟ ମୁଣ୍ଡ ପୁରାଇଥିଲେ।

ଏନସିବିର ପ୍ରାଥମିକ ସୂଚନା ମୁତାବକ, ପ୍ରଥମେ ପଚରାଉଚୁରା ସମୟରେ ଶହାରୁଖଙ୍କ ପୁଅ ଅର୍ଯ୍ୟାନ୍ ସେଠାକୁ କେବଳ ଅତିଥି ଭାବେ ଯାଇଥିବା କହିଥିଲେ । କ୍ରୁଜରେ କୌଣସି ଡ୍ରଗ୍ସ ପାର୍ଟି ଚାଲିଥିବା ସେ ଜାଣିନଥିଲେ। ଜାହାଜରେ ଯିବା ପାଇଁ ତାଙ୍କ ଠାରୁ କୌଣସି ଶୁଳ୍କ ମଧ୍ୟ ନିଆଯାଇନଥିବା ମଧ୍ୟ ଆର୍ୟନ କହିଥିଲେ ।

Leave a Reply

Your email address will not be published. Required fields are marked *