ରବିବାର ହେବ ଲକଡ଼ାଉନ : ମାସ୍କ ନପିନ୍ଧିଲେ ଦେବାକୁ ପଡ଼ିପାରେ ୧୦ ହଜାର ଟଙ୍କା ଜରିମାନା

କରୋନା ମାମଲା ବଢୁଥିବାରୁ ରବିବାର ଦିନ ଉତ୍ତର ପ୍ରଦେଶ ରାଜ୍ୟରେ ଲକଡ଼ାଉନ ଘୋଷଣା କରାଯାଇଛି । ଏହା ସହିତ ମାସ୍କ ନପିନ୍ଧି ଥିବା ବ୍ୟକ୍ତିଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ହେବ । ଯଦି ସମାନ ବ୍ୟକ୍ତି ଦ୍ଵିତୀୟ ଥର ବିନା ମାସ୍କରେ ଧରା ପଡ଼ିଲେ ତେବେ ଗଣିବାକୁ ହେବ ୧୦ ହଜାର ଟଙ୍କା ।

ମିଳିଥିବା ସୂଚନା ଅନୁସାରେ ଏହି ଲକଡ଼ାଉନ ଅବଧି ମଧ୍ୟରେ ସମଗ୍ର ଉତ୍ତର ପ୍ରଦେଶରେ ସଫା ଅଭିଯାନ ଚଳାଇବା ସହିତ ସାନିଟାଇଜ ମଧ୍ୟ କରାଯିବ । ରାଜ୍ୟ ସରକାର ଦେଇଥିବା ସୂଚନା ଅନୁଯାୟୀ, ଶନିବାର ରାତି ୮ ଟାରୁ ଏହି ଲକଡ଼ାଉନ ଅବଧି ଆରମ୍ଭ ହୋଇ ସୋମବାର ସକାଳ ୭ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ସମୟ ମଧ୍ୟରେ, ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ କାର୍ଯ୍ୟାଳୟ ବନ୍ଦ ରହିବ ।

lockdown in bhopal
lockdown in bhopal
  • ରାଜ୍ୟର ସମସ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ରବିବାର ଦିନ ବନ୍ଦ ରହିବ
  • ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ପ୍ରକାର କାର୍ଯ୍ୟାଳୟ ବନ୍ଦ ରହିବ
  • ଏହି ଦିନ ଏକ ବ୍ୟାପକ ପରିମଳ ଅଭିଯାନ କରାଯିବ
  • ମାସ୍କ ନପିନ୍ଧି ଥିଲେ ପ୍ରଥମ ଥର ପାଇଁ ୧୦୦୦ ଟଙ୍କା ଏବଂ ପରବର୍ତ୍ତୀ ସମୟରେ ୧୦ ହଜାର ଟଙ୍କା ଜରିମାନା
  • ରବିବାର ରାଜ୍ୟରେ ସାପ୍ତାହିକ ବନ୍ଦ ରହିବ


କୋଭିଡ଼ ପରିଚାଳନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସମସ୍ତ ମନ୍ତ୍ରୀ ମଣ୍ଡଳ, ଜିଲ୍ଲା ମାଜିଷ୍ଟ୍ରେଟ, ସିଏମଓ ଏବଂ ଟିମ-୧୧ ସଦସ୍ୟଙ୍କ ସହିତ ସମୀକ୍ଷା ବୈଠକ କରି ଆବଶ୍ୟକ ନିର୍ଦ୍ଦେଶନାମା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *