ମିୟା ଖାଲିଫାଙ୍କ ଟ୍ୱିଟ୍ ପୁଣିଥରେ ଚର୍ଚ୍ଚାରେ : କୃଷକ ଆନ୍ଦୋଳନକୁ କହିଲେ, ଯେପର୍ଯ୍ୟନ୍ତ ଟଙ୍କା ନମିଳିଛି …

ସୋସିଆଲ ମିଡ଼ିଆରେ ଭାରତରେ ଚାଲିଥିବା କୃଷକ ଆନ୍ଦୋଳନକୁ ସମର୍ଥନ କରି ଲେବାନନ-ଆମେରିକୀୟ ମିଡ଼ିଆ ପର୍ଶନାଲିଟି ଓ ପୂର୍ବତନ ଆଡଲ୍ଟ ଷ୍ଟାର ମିୟା ଖାଲିଫା ଟ୍ରୋଲ ହୋଇଛନ୍ତି । ମିୟା ଖାଲିଫା ଲଗାତାର କୃଷକ ଆନ୍ଦୋଳନ ସମର୍ଥନରେ ଟ୍ୱିଟ୍ କରୁଛନ୍ତି । ଏକ ଟ୍ୱିଟରେ ସେ ଟ୍ରୋଲର୍ସଙ୍କୁ ଜବାବ ଦେଇ କହିଛନ୍ତି ଯେ ସେ ସେପର୍ଯ୍ୟନ୍ତ ଟ୍ୱିଟ୍ କରିବେ ଯେଯାଏଁ ତାଙ୍କୁ ଟଙ୍କା ନମିଳିଛି ।

ସୂଚନା ଅନୁସାରେ ଆମେରିକୀୟ ଅଭିନେତ୍ରୀ ଅମାଣ୍ଡା ସର୍ନିଙ୍କ ଏକ ଟ୍ୱିଟକୁ ରିଟ୍ୱିଟ୍ କରିଛନ୍ତି ମିୟା ଖାଲିଫା । ଟ୍ରୋଲର୍ସଙ୍କୁ ଜବାବ ଦେଇ ଅମାଣ୍ଡା ସର୍ନି ମଧ୍ୟ ଟ୍ୱିଟ୍ କରି କହିଥିଲେ ଯେ ଏହା କେବଳ ବିରକ୍ତ କରିବାକୁ । ମୋର ଅନେକ ପ୍ରଶ୍ନ ଅଛି…ମୋତେ କିଏ ଟଙ୍କା ଦେଉଛି ? ମୋତେ କେତେ ଟଙ୍କା ମିଳୁଛି ? ମୁଁ ମୋର ଇନଭଏସ କେଉଁଠ କି ପଠାଇବି ? ମୋତେ ଟଙ୍କା କେବେ ମିଳିବ ? ମୁଁ ଅନେକ ଟ୍ୱିଟ୍ କରିଛି …ମୋତେ ଅତିରିକ୍ତ ଟଙ୍କା ମିଳିବ କି ?

ସେହିପରି ଅମାଣ୍ଡା ସର୍ନିଙ୍କ ଏହି ଟ୍ୱିଟକୁ ରିଟ୍ୱିଟ କରି ମିୟା ଖାଲିଫା ଜବାବ ଦେଇଛନ୍ତି ଯେ ଆମକୁ ଟଙ୍କା ନ ମିଳିବା ଯାଏଁ ଆମେ ଟ୍ୱିଟ କରିବା ଜାରି ରଖିବୁ । ସୂଚନାଥାଉ ଯେ କୃଷକ ଆନ୍ଦୋଳନକୁ ଅନେକ ପ୍ରତିଷ୍ଠିତ ବିଦେଶୀ ବ୍ୟକ୍ତି ସମର୍ଥନ କରିଛନ୍ତି । ପପ୍ ଷ୍ଟାର୍ ରିହାନା ଓ ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ମଧ୍ୟ ଏହି ସମର୍ଥକଙ୍କ ମଧ୍ୟରେ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *