ପ୍ରେମ କାଳେ ଅନ୍ଧ ଆଉ ପାଗଳ ହେଲେ ଯାଇ ଜଣେ ପ୍ରକୃତରେ ପ୍ରେମିକା ବା ପ୍ରେମିକ ହେଇପାରେ, ଯାହାର ଅନେକ ଦୃଷ୍ଟାନ୍ତମାନ ଦେଖିବାକୁ ମିଳେ ଆମ ଆଖପାଖରେ । କେତେବେଳେ ପ୍ରେମରେ କିଏ ହାତ କାଟିଲାଣି ତ କେବେ କିଏ କାହା ପ୍ରେମରେ ଜୀବନ ହାରିଦିଏ । ହେଲେ ପ୍ରେମରେ ଏପରି ଏକ ପାଗଳାମି ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋର ସହରର ପାର୍ଡିସିପୁରା ଠାରେ । ଏଠାରେ ପ୍ରେମିକ ସାଙ୍ଗରେ ଝଗଡ଼ା କରି ପ୍ରେମିକା ନାବାଳିକା ଜଣେ ବନିଛନ୍ତି ସୋଲେ ଫିଲ୍ମର ଭିରୁ ।
ସୂଚନା ଅନୁଯାୟୀ ସୋଲେ ଫିଲ୍ମରେ ଭିରୁ ଯେପରି ବସନ୍ତି ପ୍ରେମରେ ବିଫଳ ହୋଇ ପାଣିଟାଙ୍କି ଉପରକୁ ଚଢି ଯାଇଥିଲା ଠିକ ସେମିତି ଏକ କରନାମା ଘଟାଇଛି ଏହି ନାବାଳିକା । ରାସ୍ତା କଡ଼ରେ ଥିବା ଏକ ବଡ଼ ହୋଡ଼ିଂ ଉପରକୁ ଚଢି ଯାଇଛି । ସେପଟେ ଅଭିମାନରେ ଏମିତି ପାଗଳାମି କରିଥିବା ପ୍ରେମିକାକୁ ପ୍ରେମିକ ବୁଝାଇ ଚାଲିଛି । ବାରମ୍ବାର ତାକୁ ଫୋନ କରୁଛି ।
ଅନ୍ୟପକ୍ଷରେ ଗୋଟିଏ ପାଗିଳି ଭଳି ନାବାଳିକ ଜଣକ ନିଜ ଫୋନକୁ ବାରମ୍ବାର ଦେଖୁଛି ଓ ହୋଡ଼ିଂ ଉପରେ ବସିଛି । ପାର୍ଡିସିପୁରା ଷ୍ଟେସନ ଇନଚାର୍ଜ ଅଶୋକ ପତିଦାରଙ୍କ କହିବାନୁସାରେ ଜଣେ ନାବାଳିକା ନିଜ ମାଆଙ୍କ ଇଚ୍ଛା ବିରୁଦ୍ଧରେ ପ୍ରେମିକକୁ ବିବାହ କରିବାକୁ ଦାବି କରି ଏକ ହୋର୍ଡିଂ ଉପରକୁ ଚଢିଗଲା । ପରେ ସେ ପ୍ରେମିକର ବୁଝାମଣାରେ ତଳକୁ ଓହ୍ଲାଇ ଥିଲା ।