ଦୁନିଆର ସବୁ ନେତାଙ୍କୁ ପଛରେ ପକେଇ ଇତିହାସ ସୃଷ୍ଟି କଲେ ପ୍ରଧାନମନ୍ତ୍ରୀ ମୋଦି, ଟ୍ରମ୍ପ୍ ବି ହେଲେ ତାଯୁବ

ନୂଆଦିଲ୍ଲୀ: ଆମେରିକାର ଗ୍ଲୋବାଲ୍ ଡାଟା ଇଣ୍ଟେଲିଜେନ୍ସ କମ୍ପାନୀ ମର୍ନିଂ କନ୍ସଲ୍ଟ୍ ପଲିଟିକାଲ୍ ଇଣ୍ଟେଲିଜେନ୍ସ ଏକ ମୂଲ୍ୟାୟନ ଅନୁଯାୟୀ ଏ କରୋନାଭାଇରସ ମହାମାରୀ ସମୟରେ ଲୋକପ୍ରିୟତା ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ନେତା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ପଛରେ ପକେଇ ଦେଇଛନ୍ତି । କରୋନାଭାଇରସ ଜନିତ ବିଶ୍ଵ ସଙ୍କଟ ମଧ୍ୟରେ ବିଶ୍ଵର ନେତାଙ୍କ କାର୍ଯ୍ୟ କରିବାର କ୍ଷମତା ଏବଂ ଲୋକଙ୍କ ଉପରେ ସେମାନଙ୍କ ବିଶ୍ଵାସକୁ ଦୃଷ୍ଟିରେ ରଖି ଏହି ମୂଲ୍ୟାୟନ ଜାରି କରାଯାଇଛି ।

ଏହି ମୂଲ୍ୟାୟନରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନୁମୋଦ ମୂଲ୍ୟାୟନ ବିଶ୍ଵର ଅନ୍ୟ ନେତାଙ୍କଠାରୁ ଅଧିକ ତୁଳନାତ୍ମକ ଭାବରେ ଅଧିକ । ଏହି ରେଟିଂରେ ୬୮ ଅନୁମୋଦନ ପଏଣ୍ଟ ସହିତ ନରେନ୍ଦ୍ର ମୋଦି  ପ୍ରଥମ ସ୍ଥାନରେ ରହିଛନ୍ତି । ଯେତେବେଳେ କି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମାଇନସ୍ ୩ ଟି ଅନୁମୋଦନ ମୂଲ୍ୟାୟନ ପଏଣ୍ଟ ପାଇ ୧୦ ଜଣ ନେତାଙ୍କ ଏହି ତାଲିକାରେ ୮ମ ସ୍ଥାନ ଅଧିକାର କରିଛନ୍ତି । ଏହି ମୂଲ୍ୟାୟନ ପାଇଁ ୧ ଜାନୁୟାରୀରୁ ୧୪ ଅପ୍ରେଲ ଯାଏଁ ବିଶ୍ଵର ଅନ୍ୟ ନେତାମାନଙ୍କ ସହିତ ସଂଶ୍ଳିଷ୍ଟ ପ୍ରଶ୍ନମାନ ପଚରାଯାଇଥିଲା । ପ୍ରତିଦିନ ହାରାହାରି ୪୪୭ ଜଣଙ୍କୁ ସାକ୍ଷାତକାର ନିଆ ଯାଇଥିଲା ବୋଲି ସୂଚନା ମିଳେ । ୧ ଜାନୁୟାରୀ ବେଳକୁ ମୋଦିଙ୍କ ଅନୁମୋଦନ ମୂଲ୍ୟାୟନ ୬୨ ଥିଲାବେଳେ ଅପ୍ରେଲ ୧୪ ବେଳକୁ ୬୮ ହୋଇଯାଇଥିଲା । ଏହିପରି ୧ ଜାନୁୟାରୀ ବେଳକୁ ଟ୍ରମ୍ପଙ୍କ ରେଟିଂ ମାଇନସ୍ ୧୦ ଥିଲାବେଳେ ଅପ୍ରେଲ ୧୪ ବେଳକୁ ତାହା ୩ ରେ ପହଞ୍ଚିଥିଲା ।

ଏହି ତାଲିକାରେ ଭାରତ ପ୍ରଧାନମନ୍ତ୍ରୀ ପ୍ରଥମ ସ୍ଥାନରେ ରହିଛନ୍ତି । ଦ୍ୱିତୀୟରେ ମେକ୍ସିକୋର ରାଷ୍ଟ୍ରପତି ଏବଂ ତୃତୀୟରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ରହିଛନ୍ତି । ଟ୍ରମ୍ପଙ୍କ ସ୍ଥାନ ଏହି ତାଲିକାରେ ଅଷ୍ଟମ ରହିଛି । ଏ ମୂଲ୍ୟାୟନରେ କରୋନାଭାଇରସ ମୁକାବିଲା ପାଇଁ ତୁରନ୍ତ ନିଷ୍ପତ୍ତି ନେବା, ସେ ପ୍ରତି ଦକ୍ଷତାର ସହିତ ପ୍ରସ୍ତୁତ ରହିବା ଅନ୍ତର୍ଭୁକ୍ତ ।

କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତ ଅନ୍ୟ ଦେଶ ପୂର୍ବରୁ ଦେଶର ନିଜ ଦେଶର ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ କରିଥିଲା । ଚୀନର ୱୁହାନରେ କରୋନା ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ତୁରନ୍ତ ବିମାନ ଉଡ଼ାଣ କରିଥିଲେ । ମାର୍ଚ୍ଚ ୨୫ରେ ଦେଶରେ ତାଲା ପକାଇବା ଓ ପରେ ଅପ୍ରେଲ ୧୪ ଯାଏଁ ତାକୁ ବଢେଇବା ଥିଲା ଭାରତ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି । ଏହାସହିତ ସେ ବିଶ୍ୱସ୍ତରୀୟ ନେତାମାନଙ୍କୁ ଏକଜୁଟ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ ଓ ଭିଡିଓ କନଫରେନ୍ସିଂ ଜରିଆରେ ସାର୍କ ଦେଶର ବୈଠକ କରିବା ସହିତ G-୨୦ ଦେଶର ବୈଠକ ମଧ୍ୟ କରିବାକୁ ପଦକ୍ଷେପ ନେଇଥିଲେ । ଏହି ସମସ୍ତ କାରଣ ସାରା ବିଶ୍ୱରେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ବଢେଇଛି ।

Leave a Reply

Your email address will not be published. Required fields are marked *